ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଶିକ୍ଷକ ଶିକ୍ଷା ବିଭାଗ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଶିକ୍ଷକ ଶିକ୍ଷା ବିଭାଗ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେଇଥିଲା । ଯେଉଁଥିରେ ଇଣ୍ଟିଗ୍ରେଟେଡ଼୍‌ ବିଇଡ଼ି କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଲୁପ୍ତ ପକ୍ଷୀ ଓ ବିଶ୍ୱରେ ଧିରେ ଧିରେ ଲୁପ୍ତ ହେଇବସିଥିବା ପକ୍ଷୀମାନଙ୍କ ଚିତ୍ରରେ ଜଳ ରଙ୍ଗର ପ୍ରତିଛବି ଅଙ୍କନ କରି ଚିତ୍ରକଳା ପ୍ରଦର୍ଶନୀ କରିଥିଲେ । ଏଥିରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଦୀପ୍ତ କୁମାର ବେହେରା ଚିତ୍ରକଳା ପ୍ରଦର୍ଶନୀର ଉଦଘାଟନ କରିଥିଲେ । ତାଙ୍କ ସହ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାରର ହରପ୍ରସାଦ ଭୋଇ ଡେପୁଟୀ ରେଜିଷ୍ଟ୍ରାରର ବିଶ୍ଵଜିତବେହେରା, ପିଜି କାଉନସିଲ ଚେୟାରମେନ ପ୍ରତାପ ଦାସ, ଶିକ୍ଷକ ଶିକ୍ଷା ବିଭାଗର ସଂଯୋଜକ ମନୋଜ କୁମାର ନାଗ, ଦୃଶ୍ୟକଳାର ସହକାରୀ ଅଧ୍ୟାପକ ଶାନ୍ତନୁ କୁମାର ମେହେର ପରିଚାଳନା କରିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାର ପରିଚୟ ଦେବା ସହ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଚିତ୍ର ପ୍ରଦର୍ଶନୀ ଦେଖିବା ପାଇଁ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିଡ଼ ହେଇଥିଲା । ଦୁଇ ଦିନ ଧରି ଏହି ଚିତ୍ରକଳା ପ୍ରଦର୍ଶନୀ ରହିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.