ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଆୟୋଜିତ ଓଡିଶା ସୂଚନା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୯ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ଆଜି ପଦମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ସନତ ପାଢ଼ୀ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଭିଏସ୍ଏସ୍ ନଗରର ନିବାସୀ ଶ୍ରୀ ପାଢ଼ୀ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଓଡ଼ିଶା, କୋରାପୁଟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ଡିଗ୍ରୀ ହାସଲ କରିବା ପରେ ଆଇଆଇ ଏମ୍ସି ଢେଙ୍କାନାଳ, ଆମିଟି ୟୁନିଭର୍ସିଟି ଏବଂ ଓଡିଶା ଲାଇଭ ଭଳି ବିଭିନ୍ନ ଅନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ୫ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ରହିଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସ୍ୱାଗତ କରିବା ସହ ତାଙ୍କ ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇ ଥିବାବେଳେ ନିଜ ପୂର୍ବ ଅଭିଜ୍ଞତାକୁ ଆଧାର କରି ସଠିକ ଭାବ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ସହ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ପ୍ରଶାସନ ଏବଂ ଲୋକଙ୍କ ମଧ୍ୟରେ ଏକ ସୁସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ପାଢ଼ୀ ନିଜ ମତ ରଖିଛନ୍ତି ।