କଅଗାଁ ମହାଶିବରାତ୍ରୀ ପଞ୍ଚକୁଣ୍ଡିୟ ମହାଯଜ୍ଞ ଉପଲକ୍ଷେ ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଅଗାଁ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରରେ ଆସନ୍ତା ମହାଶିବରାତ୍ରୀ ଉପଲକ୍ଷେ ବିଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ମହାଯଜ୍ଞ କରିବାପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ବିଶିଷ୍ଟ ସମାଜସେବୀ ତଥା ଆଂଚଳିକ କମିଟୀ ସଭାପତି ଡ. ଶ୍ରୀକର ମିଶ୍ର ଏବଂ ବୃନ୍ଦାବନଧାମ ଗୁରୁ ମହାରାଜ ମଦନ ଗୋପାଳଙ୍କ କରକମଳରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା । ଏହି ଅବସରରେ କଅଗାଁ ବାସୀ ତଥା ଏ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଧବଳେଶ୍ୱର ବାବାଙ୍କ ଧ୍ୱନିଦେଇ ସଂକୀର୍ତ୍ତନ କରି ଜୟଗାନ କରିଥିଲେ । ଏଥିରେ ପଣ୍ଡିତ ସୁଶାନ୍ତ ମିଶ୍ର ଆଚାର୍ଯ୍ୟ ଥିବାବେଳେ ଚକ୍ରଧର ସିଂହ ଏବଂ ତାଙ୍କ ସହଧର୍ମିଣୀ ପ୍ରତିମା ସିଂହ ପ୍ରଥମ କର୍ତ୍ତାକର୍ତ୍ତି ଓ ପ୍ରଦୀପ କୁମାର ସିଂହ ଏବଂ ତାଙ୍କ ସହଧର୍ମିଣୀ ରଶ୍ମିତା ସିଂହ ଦ୍ୱିତୀୟ କର୍ତ୍ତାକର୍ତ୍ତି ଭାବେ କାର୍ଯ୍ୟ ତୁଳାଇଥିଲେ । କାର୍ଯ୍ୟକାରୀ କମିଟୀ ସଭାପତି ତ୍ରିଲୋଚନ ମିଶ୍ର, ଉପସଭାପତି ଶଙ୍କର ଅଦାବରିଆ, ସଂପାଦକ ଶାନ୍ତନୁ ମିଶ୍ର, ସହ-ସଂପାଦକ ମନରଂଜନ ସିଂହ ଏବଂ ଗଣନାଥ ଜାଲ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ସିଂହ ରହିଥିବା ବେଳେ ଉପଦେଷ୍ଟା ଭାବେ ଦେବରାଜ ପୁଟେଲ, ରାମାନନ୍ଦ ଥନାପତି, ରାକେଶ ମିଶ୍ର, କୁମୁଦ ମିଶ୍ର, ଧନମତ ଜାଲ, ସଂଜୀବ ମିଶ୍ର, ଚକ୍ରଧର ସିଂହ, ବାବୁଲା ମିଶ୍ର, ରମାରଂଜନ ମିଶ୍ର ଓ ଲୋକନାଥ ସିଂହ ସହିତ ଅନ୍ୟ ମାନଙ୍କ ମଧ୍ୟରେ ରମାଇଁ ସିଂହ, ରମେଶଚନ୍ଦ୍ର ମେହେର, ଶ୍ୟାମସୁନ୍ଦର ମେହେର, ଉଜ୍ୱଳ ପ୍ରସାଦ ସିଂହ ଓ ସଂକୀର୍ତ୍ତନ ମେହେର ଅଂଶଗ୍ରହଣ କରି ସମସ୍ତ ଗ୍ରାମବାସୀ ଓ ଅଂଚଳବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.