ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସକାଳୁ ସକାଳୁ ବଲାଙ୍ଗିରର ମହାରାଣୀ ସାଗରକୁ ପରିଦର୍ଶନ କରି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଖୁବ ଶିଘ୍ର ଆରମ୍ଭ ହେବ ମହାରାଣୀ ସାଗରର ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ବୋଲି କହିବା ସହ ଏବେ ଯାଏଁ ମାତ୍ର ୪୪ ଲକ୍ଷ ଟଙ୍କାର କାର୍ଯ୍ୟ ସରିଛି । ଉପଲବ୍ଧ ଥିବା ସମସ୍ତ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ପରିଦର୍ଶନ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ସମେତ ସହଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।