ବଲାଙ୍ଗିରରେ ବଡ଼ ଦୁର୍ଘଟଣା : ଦୁର୍ଘଟଣାରେ ୩ ଆହତ ଟାଉନ ଥାନାରେ ଡ଼୍ରାଇଭର ଅଟକ
ବଲାଙ୍ଗିର : ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ରେ ଭର୍ତ୍ତି କରିଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଓଡ଼ି ଜ୦୩ଜେଡ୍ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ଏକ୍ସ ୟୁ ଭି କାର ଦୃତ ଗତିରେ ଆସି ଏକ ବାଇକ୍ ଓ ଏକ ଛୋଟ ପିକ ଅପ୍ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ବସିଥିବା ୨ ଜଣ ଓ ଛୋଟା ପିକଅପ୍ ଗାଡ଼ିରେ ବସିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବଲାଙ୍ଗିର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ଠାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମାହିନ୍ଦ୍ରା କାର ଟିର ଆଗପଟ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚୁରମାର ହୋଇ ଯାଇଥିବା ବେଳେ ଗଡି ଡ୍ରାଇଭର କୁ ବଲାଙ୍ଗିର ଟାଉନ ଥାନା ପୋଲିସ ଥାନା କୁ ଆଣି ଅଟକ ରଖିଥିବା ଜଣାପଡିଛି ।