ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ : ଡ୍ରାଇଭର ଫେରାର

ଆନନ୍ଦପୁର : ଧାନ ବୋଝେଇ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ ଏବଂ ୨ ଆହତ । ଆନନ୍ଦପୁର ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ଡଙ୍କୁରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇ ପରେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦ୍ରୁତଗତିରେ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେଇଥିଲା ।
ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି । ମୃତକ ହେଲେ ପଶ୍ଚିମବଙ୍ଗର ହାସନ ସେଖ୍ । ଏଠାରେ ରହି ସେ ରାଜମିସ୍ତ୍ର କାମ କରନ୍ତି । ଆହତ ଯୁବକଙ୍କ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।

Leave A Reply

Your email address will not be published.