ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ କନ୍ଧ ବିଭାରଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନରୁ ବକ୍ ସାଇଟ୍ ଖଣି ଖନନ ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ ‘ବାଳ୍ କୋ ହଟାଓ – ଗନ୍ଧମାର୍ଦ୍ଦନ ବଚାଓ’ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଓ ସତ୍ୟାଗ୍ରହ ଭାବେ ଗିରଫ ହୋଇଥିବା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲ ଗ୍ରାମ ପଞ୍ଚାୟତ ବିକ୍ରମନଗର ସ୍ୱର୍ଗତ କନ୍ଧ ବିଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତ ବିଭାର ୮୦ ବର୍ଷ ବୟସରେ ନିଜ ଗ୍ରାମ ବିକ୍ରମନଗରରେ ଗତ କିଛି ଦିନ ତଳେ ଦେହାନ୍ତ ହୋଇ ଯାଇଥିଲା । ‌ସ୍ୱର୍ଗତ କନ୍ଧ ବିଭାରଙ୍କ ପୁରା ପରିବାର ଏହି ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀ ଲାଲ ବିଭାର ଗାଁ ଗାଁରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଗୀତଖାଇ ଲୋକମାନଙ୍କୁ ସଂଗଠିତ କରୁଥିଲେ । ଆଜି ବିକ୍ରମନଗର ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ଅନେକ ଆନ୍ଦୋଳନକାରୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.