ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଗ୍ରାମରେ ଥିବା ପଲ୍ଲୀ ପ୍ରଗତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ରଣାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷା କମିଟୀର ସଭାପତି ପୂର୍ଣ୍ଣଚନ୍ଦ୍ର ସିଂ ଭୋଇ, ପୂର୍ବତନ ବିଆରସିସି ଯୋଗେନ୍ଦ୍ର ମହାନନ୍ଦ, ପୂର୍ବତନ ପ୍ରଧାନ ଶିକ୍ଷକ ମିନକେତନ ରଣା, ଟଙ୍କଧର ସିଂ ଭୋଇ, ବିଜୟ ରଣା, ପୁରାତନ ଛାତ୍ର ମନୋଜ କୁମାର ତାଣ୍ଡି, ପୂର୍ଣ୍ଣେନ୍ଦମ ରଣା, ବେଦବର ରଣା, ଜଗନ୍ନାଥ ମଲ୍ଲିକ, ଜାମଖୁଣ୍ଟା ପଂଚାୟତ ସରପଂଚଙ୍କ ପ୍ରତିନିଧି ଗୌରଲାଲ ମହାନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସଭାରେ ନୂତନ ପ୍ରଧାନ ଶିକ୍ଷକ ଭାବରେ ପଦ୍ମଚରଣ ମହାନ୍ତି ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ବିଦ୍ୟାଳୟର ଗଣପତି ସାହୁ, ଅଶୋକ କୁମାର ଦାସ, କିଶୋର ଚନ୍ଦ୍ର ଗହିର, ଆବେଦ ଜାନୀ, ମିନକେତନ ତ୍ରିପାଠୀ, ବିଶ୍ୱକର୍ମା ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.