ସୁରକ୍ଷା କର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : କେତୋଟି ମାଓ କ୍ୟାମ୍ପ ଠାବ, ୨ ବନ୍ଧୁକ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ନିକଟ ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଲାଠୋର ଜଙ୍ଗଲରେ ଜବାନମାନେ ଆଜି ଅପରାହ୍ନ ୨ଟା ୪୫ ସମୟରେ କୁମ୍ବିଂ ଅପରେନସନ କରୁଥିଲେ । ଏହି ସମୟରେ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । କିନ୍ତୁ ସୁରକ୍ଷାକର୍ମୀ ମାଓବାଦୀଙ୍କୁ ଗୁଳିମାଡ଼ର ଦୃଢ ଜବାବ ଦେଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା ।

ସେପଟେ ଜଙ୍ଗଲରେ ଏବେ ବି ଗୁଳି ବିନିମୟ ଜାରି ରହିଥିବାର ସୂଚନା ମିଳିଛି । ଯବାନମାନଙ୍କ ଦ୍ୱାରା ଜଙ୍ଗଲରେ କୁମ୍ବିଂ ଅପରସେନକୁ ଜୋରଦାର କରାଯାଇଛି । ଯବାନମାନଙ୍କ ଦ୍ୱାରା କେତେକ ମାଓ କ୍ୟାମ୍ପ ଠାବ ହୋଇଥିବା ବେଳେ ଦୁଇଟି ବନ୍ଧୁକ ଜବତ୍‌ ହୋଇଥିବା ମଧ୍ୟ କୁହାଯାଉଛି । ତେବେ କେତେ ଜଣ ମାଓବାଦୀ ଗୁଳି ବିନିମୟରେ ଥିଲେ ଏବଂ ସେମାନଙ୍କର ହତାହତ ବିଷୟରେ ବର୍ତ୍ତମାନ ପର୍ୟ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସର୍ଚ୍ଚ ଅପରେସନ ଜାରି ରହି ଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!