ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଅଛି । ଗତ ୨୬ ତାରିଖ ଗଣତନ୍ତ୍ର ଦିବସ ଦିନ ଚାଷୀ ଆନ୍ଦୋଳନର ଆଳ ଦେଖାଇ ଖଲିସ୍ଥାନୀ ମାନେ ଭାରତର ଗୌରବ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରି ଦେଶକୁ ବଦନାମ କରିଥିବା ବେଳେ ତାହାର ପ୍ରତିବାଦ ଜଣାଇ ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଆଜି ଜିଲ୍ଳା କାର୍ଯ୍ୟାଳୟ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି କଚେରୀ ଛକ ଠାରେ ପହଂଚି ଏଭଳି ଦେଶବିରୋଧୀ କାରନାମା କରିଥିବା ଖଲିସ୍ତାନୀଙ୍କ ବିରୋଧରେ ଓ ଦେଶଦ୍ରୋହୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା କିଛି ରାଜନେତାମାନଙ୍କ ବିରୋଧରେ ବକ୍ଷୋଭ କରି ଚାଷୀ ମାନଙ୍କୁ ଦେଶଦ୍ରୋହୀ ଘୋଷଣା କରି ଉଚିତ ଦଣ୍ଡ ଦେବା ପାଇଁ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଅଛ ।

କେଶରୀୟା ହିନ୍ଦୁ ବାହିନୀ ଦେଶ ଓ ଜାତିର ସମ୍ମାନ ପାଇଁ ଭାରତ ସରକାରଙ୍କ ସପକ୍ଷରେ ଅଛି ଏବଂ କେଶରୀୟା ହିନ୍ଦୁ ବାହିନୀ ଦେଶର ସମସ୍ତ ଜିଲ୍ଲାରେ ତ୍ରିରଙ୍ଗା ପତାକାର ସମ୍ମାନ ପାଇଁ ଲଢେ଼ଇ ଜାରି ରଖିଛି ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମକୁ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ କରାଇଯାଇଅଛି ଏବଂ ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଳା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ମହାସଚିବ ସୁନୀଲ ମିଶ୍ର, ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ପାଟଣାଗଡ ବ୍ଲକ ସଭାପତି ସୁବ୍ରତ କୁଆଁର ଏବଂ ଜିଲ୍ଳାର ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.