‎ବିଜେପିର ମିଶ୍ରଣ ପର୍ବ : ଉପନିର୍ବାଚନ ପରେ ନୂଆପଡ଼ାରେ ହେବ ମେଡିକାଲ କଲେଜ

ନୂଆପଡା, (କେପିଏନ୍‌ଏସ୍‌) : ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା । ଜୟ ଢୋଲକିଆ ବିଜେପି ପ୍ରାର୍ଥୀ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମିଶ୍ରଣ ପର୍ବରେ ଯୋଗଦାନ । ଆସନ୍ତା ଦିନରେ ନୂଆପଡ଼ା ମେଡିକାଲ କଲେଜ ପାଇଁ କାଗଜାତ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ଶ୍ରୀ ସାମଲ । ଆଜି ଉଦ୍ୟାନ ବନ୍ଧ ଠାରେ ଏକ ମିଶ୍ରଣ ପର୍ବ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀହେବା ସହ ନୂଆପଡ଼ାରେ ୭୮ ବର୍ଷରେ ହୋଇନଥିବା ମୌଳିକ ସୁବିଧା ଏବଂ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ବିଜେପି ବରିଷ୍ଠ ନେତା ମନ୍ତ୍ରୀ ରାମ ଚନ୍ଦ୍ର ସିଂ ଖୁଣ୍ଟିଆ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବିଧାୟକ ସୁଧୀର ପଡ଼ଯୋଷୀ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଖରିଆର ରୋଡ ଏନ୍‌ଏସି ଅଧ୍ୟକ୍ଷା ଡ.ସୋନିଆ ଜୈନଙ୍କ ସମେତ ବହୁକର୍ମୀ ନେତା ଯୋଗ ଦେଇଥିଲେ ଏବଂ ବିଜେଡିର ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.