jsm

ବାନ୍ଧୁପଲା ଓ ବୁର୍ଡିପଡ଼ା ରାସ୍ତା ମଝିରେ ମନୀଷ ମାଝୀଙ୍କୁ ଅପହରଣ, ଲୁଟ ଏବଂ ହତ୍ୟା ଉଦ୍ୟମ

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ବୁର୍ଡିପଡ଼ା ଗ୍ରାମର ରାଜକୁମାର ମାଝୀଙ୍କ ପୁଅ ମନୀଷ ମାଝୀ ଟିଟିଲାଗଡ଼ର ପ୍ରସିଦ୍ଧ ସମ୍ବଲପୁରୀ ଦୋକାନ ଏସ୍‌ପିୟୁ କ୍ରିଏସନରେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ ୯ଟାରେ ଗାଆଁରୁ ବାହାରି ଦୋକାନକୁ କାମ କରିବାକୁ ଆସିଥାନ୍ତି । ସେହିପରି ରାତି କାମ ସାରି ୮ଟା ବେଳକୁ ଘରକୁ ଫେରିଥାନ୍ତି । ହେଲେ ଅକ୍ଟୋବର ଏକ ତାରିଖ ମନୀଷ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଗଲା । ଅକ୍ଟୋବର ଏକ ତାରିଖ ରାତି ଏସ୍‌ପିୟୁ କ୍ରିଏସନ୍‌ରୁ ପାଖାପାଖି ରାତି ୮ଟା ୪୦ ମିନିଟ ସମୟରେ ବାହାରେ ସବୁଦିନ ଗଲା ଭଳି ଘରକୁ ଫେରୁଥିଲେ । ତେବେ ହଠାତ୍ ବାନ୍ଧୁପଲା ଓ ବୁର୍ଡିପଡ଼ା ରାସ୍ତା ମଝିରେ ଜଣେ ଅଜଣା ଯୁବକ ହାତରେ ଭୁଜାଲି ଧରି ମନୀଷକୁ ଅଟକାଇ ପାଖରେ ଯାହା ରଖିଚୁ ଦେଇଦେ ବୋଲି କହିଥିଲେ । ମନୀଷ ତାଙ୍କୁ ବାରଣ କରି ସାଇକେଲରେ ଗାଆଁ ଆଡ଼କୁ ବଢ଼ି ନିଜ ମୋବାଇଲରୁ ଘର ଲୋକଙ୍କୁ ଫୋନ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍ ଚାରିଟି ଏଚ୍‌ଏଫ୍ ଡିଲକ୍ସ ବାଇକରେ ଚାରି ଜଣ ଯୁବକ ମନୀଷଙ୍କୁ ପୁଣି ଅଟକାଇଲେ, ଅଟକାଇବା ପରେ ପ୍ରଥମେ ମାରଣାସ୍ତ୍ର ଦେଖେଇ ହାତରୁ ମୋବାଇଲ ଛଡ଼ାଇ ବୁଦା ଭିତରକୁ ଫିଙ୍ଗିବା ସହ ସାଇକେଲକୁ ବି ପାଖ ବିଲ ଭିତରକୁ ଫିଙ୍ଗି ଦେଇଥିଲେ । ତା’ପରେ ମନୀଷଙ୍କ ପେଟରେ ଭୁଜାଲି ଲଗାଇ ପାଖରେ ଥିବା ଏକ ଖାଲି ଘରକୁ ଟେକି ନେଇଗଲେ । ତାପରେ ଫିଙ୍ଗି ଥିବା ସେହି ମୋବାଇଲକୁ ପୁଣି ଖୋଜିଲେ । ନ ପାଇବାରୁ ତୋର ମୋବାଇଲ ନମ୍ବର ଦେ ବୋଲି କହିବା ସହ ମନୀଷଙ୍କ ମୋବାଇଲଙ୍କୁ ଚୋରମାନେ ତାଙ୍କ ନମ୍ବରକୁ ଫୋନ କରିଥିଲେ । ମୋବାଇଲ ସ୍ୱିଚ ଅଫ କହିବାରୁ ଗୋଟିଏ ଗାମୁଛାରେ ବାନ୍ଧି ପଛ ପଟେ ମାଡ ମାରିବା ଆରମ୍ଭ କରି ପାଖରେ ଯାହା ରଖିଛୁ ସବୁ ଦେ ବୋଲି କହିଥିଲେ । ପାଖରେ ଥିବା ଦୁଇଶହ ଟଙ୍କା ବି ଲୁଟି ନେଲେ । ତା’ ପରେ ସିଗାରେଟ ନିଜେ ପି ମନୀଷଙ୍କୁ ପିଇବା ପାଇଁ ଜୋର୍ ଜବରଦସ୍ତି କଲେ, ନ ପିଇବାରୁ ମନୀଷ ମାଝୀଙ୍କ ଦେହରେ ଚେଙ୍ଗି ଦେଲେ । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସକୁ ଏ ବିଷୟରେ କହିଲେ କି କାହାକୁ ବି କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । କିଛି ସମୟ ପରେ ମନୀଷ ମାଡ ଖାଇ ଅଚେତ୍ ହେବା ଭଳିଆ ଅବସ୍ଥା ଦେଖି ସେମାନେ ସେଠାରୁ ପଳାଇ ଯାଇଥିଲେ । ତାପରେ ମନୀଷ ଦୁଇ ଘଣ୍ଟା ପର୍ଯ୍ୟନ୍ତ ନ ଆସିବାରୁ ଘର ଲୋକେ ତାଙ୍କୁ ଖୋଜିବାକୁ ଆସିଥିଲେ । ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ମାନସିକ ନିର୍ଯ୍ୟାତନା, ମାଡପିଟ କରିବା ସହ ମାରଣାସ୍ତ୍ର ଦେଖାଇ ସିଗାରେଟ ଚେଙ୍ଗୀ ଅପହରଣ, ଲୁଟ ଏବଂ ହତ୍ୟା ଉଦ୍ୟମ ଭଳି ଘଟଣା ଟିଟିଲାଗଡ଼ ନିକଟସ୍ଥ ଅଞ୍ଚଳରେ ଘଟିବା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସେହି ରାସ୍ତା ଦେଇ ସ୍ଥାନୀୟ ଲୋକେ ଏବେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ତେବେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମନୀଷ । ସେହିପରି କିଛିଦିନ ପୂର୍ବେ ହାଟପଦା ପଡ଼ା ମଙ୍ଗଲୁ ଅଗ୍ରୱାଲଙ୍କ ଘରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଥିଲା । ସେଥିରେ ବି ଏମାନେ ଜଡ଼ିତ ନୁହନ୍ତି ତ ? ସେହି ରାସ୍ତାରେ ଏବେ କିଛି ଦିନ ପୂର୍ବେ ପୁଣି ଜଣେ ଯୁବକକୁ ଅଟକାଇ ଲୁଟ ହୋଇଥିବା ଶୁଣିବାକୁ ମିଳୁଛି । ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

yuvodaya
Leave A Reply

Your email address will not be published.