csstore

ଲୋଇସିଂହାରେ ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କନଫରେନ୍ସ ହଲ ଠାରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣିଉଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ଧର୍ମସିଂ ମିଶ୍ର, ଚମରା ଚୌହାନ, ନାଗରିକ କମିଟି ସମ୍ପାଦକ ଗୁରୁ ଚରଣ ଧୀର ଯୋଗ ଦେଇଥିଲେ । ଏଥିରେ ବ୍ଳକର ପ୍ରାୟ ଶହେରୁ ଅଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ନିସାର ଅହମ୍ମଦ ନିସାର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସମାଜସେବୀ ସରୋଜ ମହାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଳକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରୀମାନଙ୍କୁ ନେଇ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ନବମ ଶ୍ରେଣୀର ଅନନ୍ୟା ପଧାନ, ଲକ୍ଷ୍ମୀ ପ୍ରିୟା ପୋଡ଼ ଓ ଦଶମ ଶ୍ରେଣୀର କିରଣ ହରପାଲ ପୁରସ୍କୃତ ହୋଇଥିଲେ । ଦେବେନ୍ଦ୍ର କୁମାର ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.