csstore

ସିବିଆଇର ଚଢାଉରେ ଚକ୍ରଧରପୁର ରେଳ ମଣ୍ଡଳ ପୁଣି ଚର୍ଚ୍ଚାରେ : ବଣ୍ଡାମୁଣ୍ଡାରେ ଆର୍‌ପିଏଫ୍‌ ଜବାନ ଗିରଫ୍

  • ଲାଞ୍ଚ ନେବା ସମୟରେ ମାଡିବସିଲା ସିବିଆଇ

ରାଉାକେଲା, (ସସ୍ମିତା ପ୍ରଧାନ) : ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ବଣ୍ଡାମୁଣ୍ଡାରୁ ବଡ଼ ଖବର ଆସିଛି । ବଣ୍ଡାମୁଣ୍ଡାରେ ସିବିଆଇର ଚଢାଉରେ ଜଣେ ଆର୍‌ପିଏଫ୍‌ ଜବାନକୁ ଲାଞ୍ଚ ନେବା ସମୟରେ ଗିରଫ୍ କରାଯାଇଛି । ଗତ କିଛି ମାସ ମଧ୍ୟରେ ସିବିଆଇ ଦ୍ୱାରା ବଣ୍ଡାମୁଣ୍ଡା–ରାଉରକେଲା ସେକ୍ସନ୍‌ରେ ଏହା ତୃତୀୟ ଚଢାଉ, ଯେଉଁଠି ରେଳ କର୍ମଚାରୀ ଓ ଆର୍‌ପିଏଫ୍‌ ଜବାନମାନେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ସୂତ୍ର ଅନୁସାରେ, ଏହି ଘଟଣାରେ ବଣ୍ଡାମୁଣ୍ଡା ଆର୍‌ପିଏଫ୍‌ ପୋଷ୍ଟରେ ନିଯୁକ୍ତ ଜବାନ ମହମ୍ମଦ ଅସରାରକୁ ସିବିଆଇ ଟିମ୍ ଗିରଫ୍ କରିଛି । ବଣ୍ଡାମୁଣ୍ଡା ରେଳୱେ କଲୋନୀରେ ପ୍ଲାଷ୍ଟିକ, ସିସା ବୋତଲ ଓ ମଇଳା ଆବର୍ଜନା ଚୟନ କରୁଥିବା ଜଣେ ମହିଳାଙ୍କୁ ସେ ପ୍ରତିମାସ ୧୫ ହଜାର ଟଙ୍କା ଲାଞ୍ଚ ଦେବାକୁ ଚାପ ଦେଉଥିଲା । ଶୁକ୍ରବାର ସକାଳ ସାଢ଼େ ୯ଟା ସମୟରେ ସେହି ମହିଳା ରାଉରକେଲା ବିଶ୍ରା ଛକରେ ମହମ୍ମଦ ଅସରାରଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ଦେଉଥିଲେ, ସେତେବେଳେ ସିବିଆଇ ଟିମ୍ ପୂର୍ବରୁ ଜାଲ ବିଛାଇ ରଖିଥିଲା ଏବଂ କେମିକାଲ ଲାଗିଥିବା ନୋଟ ସହିତ ଅସରାରକୁ ଗିରଫ୍ କରିଥିଲା । ଗିରଫ ପରେ ସିବିଆଇ ଟିମ୍ ମହମ୍ମଦ ଅସରାରକୁ ନେଇ ରାଉରକେଲାରେ ଥିବା ସିବିଆଇ କାର୍ଯ୍ୟାଳୟକୁ ନେଇଯାଇଛନ୍ତି, ସେଠାରେ ପଚାରାଉଚୁରା ଚାଲିଛି ।

jayashree
Leave A Reply

Your email address will not be published.