ଉତ୍କଳମଣିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଠାରେ ୧୪୮ ତମ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ଶାନ୍ତନୁ କୁମାର ମୁଦାଲି, ଆଦିତ୍ୟ କୁମାର ଷଢଙ୍ଗୀ, ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର ସାହୁ, ବିଶ୍ରା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସାନରାମଲୋଇର ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାମଲ, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସନ୍ତୋଷ ବେହେରା, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମର ବବି ଭଉଣୀ, ଅଧ୍ୟାପକ ନୃସିଂହ ପ୍ରସାଦ ପାତ୍ର ଯୋଗ ଦେଇଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପଣ୍ଡିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଅତୁଳନୀୟ ଥିଲା । ଗୋପବନ୍ଧୁ ସତ୍ୟବାଦୀ ଠାରେ ଖୋଲା ମୁକ୍ତାକାଶ ତଳେ ବନ ବିଦ୍ୟାଳୟ ସ୍ଥାପନ କରି ନୂତନ କିର୍ତ୍ତୀମାନ ସୃଷ୍ଟି କରିଥିଲେ, ଯାହାକି ଚିରସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ତାଙ୍କରି ଆଦର୍ଶରେ ଛାତ୍ର ସମାଜ ଅନୁପ୍ରାଣିତ ହେବାକୁ ଅତିଥିମାନେ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟା ଷ୍ଟଡି ପଏଂଟର ଛାତ୍ରଛାତ୍ରୀଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ନରେନ୍ଦ୍ର ମଲ୍ଳିକ, ଅଜୟ ରାୟ, ରାଜେନ୍ଦ୍ର ସୂତାର ସଦସ୍ୟଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ସନାତନ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.