jayashree

ନୂଆଦିଲ୍ଲୀ ଦୂତାବାସ ବିସ୍ଫୋରଣ ଏକ ଟ୍ରେଲର ମାତ୍ର ବୋଲି ଜୈଶ-ଉଲହିନ୍ଦ ସଂଗଠନ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗତ କାଲି (ଶୁକ୍ରବାର) ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ପୁରା ରାଜଧାନୀକୁ ଅଶାନ୍ତ କରିଦେଇଥିଲା । ଏତେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଏଭଳି ବିସ୍ଫୋରଣ କେମିତି ହେଲା । ବିସ୍ଫୋରଣ ପଛର କାରଣ କଣ ତାହାକୁ ନେଇ ଏବେ ଖୋଳତାଡ ଚଳାଇଛନ୍ତି ଭାରତ ଓ ଇସ୍ରାଏଲର ଗୁଇନ୍ଦା ସଂସ୍ଥା । ତେବେ ଏସବୁ ଭିତରେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛି ଇରାନ୍ ର ଜୈଶ-ଉଲହିନ୍ଦ ସଂଗଠନ । ଏହି ବିସ୍ଫୋରଣକୁ କେବଳ ଏକ ଟ୍ରେଲର କହିବା ସହିତ ଆଗକୁ ଇରାନ୍ କମାଣ୍ଡର ସୁଲେମାନୀ ଓ ନ୍ୟୁକ୍ଳିଅର ସାଇଣ୍ଟିଷ୍ଟ ମୋହସିନ୍ ଫଖରାଦେହଙ୍କ ହତ୍ୟାର ପୁରା ପ୍ରତିଶୋଧ ନିଆଯିବ ବୋଲି ସଂଗଠନ ସୂଚନା ଦେଇଛି । ଅନ୍ୟପଟେ ଘଟଣାସ୍ଥଳରେ ଗୁଇନ୍ଦା ସଂସ୍ଥା ସମେତ ଏନଆଇଏ ମଧ୍ୟ ସ୍ଥିତି ପରଖୁଥିବା ଜଣାପଡିଛି । ବିସ୍ଫୋରଣ ପଛରେ ଯେଉଁମାନେ ରହିଛନ୍ତି ସେ ସମସ୍ତଙ୍କୁ ଖୋଜି ବାହାର କରିବା ଏବେ ଦେଶ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

Leave A Reply

Your email address will not be published.