ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ ବର୍ଷ ପୂରଣ ଅବସରରେ ମାଣିକ୍ୟ ଜୟନ୍ତୀର ଉଦ୍ଯାପନୀ କାର୍ଯ୍ୟକ୍ରମ ପାଇଁ ଶିକ୍ଷାବିତ୍ କପିଳ ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନୀ କାର୍ଯ୍ୟକ୍ରମ ତା.୧୨.୧୦.୨୦୨୫ରେ ପାଳନ କରାଯିବ । ଶିଶୁ ବିକାଶ କେନ୍ଦ୍ରର ମର୍ଯ୍ୟାଦା ଜନକ ‘ଶାରଦୀୟ ଶିଶୁ ବିକାଶ ସମ୍ମାନ’ ଖେଳ ଶିକ୍ଷୟତ୍ରୀ ସସ୍ମିତାରାଣୀ ମିଶ୍ରଙ୍କୁ ଏବଂ ଶରୀର ଦାନ କରିଥିବା ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କୁ ସମ୍ମାନିତ କରାଯିବ । ୪୦ ବର୍ଷର କାର୍ଯ୍ୟକୁ ନେଇ ସଭ୍ୟମାନଙ୍କ ମତାମତ ସଂକଳିତ ଏକ ସ୍ମରଣିକା ପ୍ରକାଶ କରିବା ଓ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ କରିବାକୁ ସ୍ଥିରର କରାଯାଇଥିଲା । ଏହି ସଭାରେ ଗିରିଜା ଶଙ୍କର ରଥ, ଜୟରାମ ମିଶ୍ର, ଚୁଡେନ୍ଦ୍ର କୁମାର ବେହେରା, ଭୀମସେନ ସାହୁ, ପ୍ରଦୀପ ପଶାୟତ, ହୃଷିକେଶ ପୁରୋହିତ, ଧର୍ମବ୍ରତ ରଥ, ଡ. ପ୍ରେମଚାନ୍ଦ ମହାନ୍ତି, ରତ୍ନମୟ ତ୍ରିପାଠୀ, ମଧୁ ସାହୁ, ତରୁଣ ପରିଚ୍ଛା ଓ ମଦନ ମୋହନ ରଥ ଉପସ୍ଥିତ ଥିଲେ । ଶେଷରେ ଉପ-ସଭାପତି ସୁନାଧର ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।