pr

ସୋନପୁର ମହାବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

dr. purohit

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟରେ ଅବସର ନେଇଥିବା ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଂକୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିନିମନ୍ତେ ପ୍ରାଧ୍ୟାପକ ଅଶ୍ବିନୀ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଏକ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସୋନପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର ଅତିଥି ଭାବରେ ଯୋଗ ଦେଇ ଅବସର ନେଇଥିବା କର୍ମଚାରୀମାନଂକ ଚାକିରୀକାଳୀନ ସମୟର ବିଭିନ୍ନ ଅନୁଭୂତିକୁ ସ୍ମରଣ କରି ଭାବପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । କୋଭିଡ୍ ମହାମାରୀର ସମୟ -୨୦୨୦ ମସିହାରେ ଅବସର ନେଇ ସାରିଥିବା ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ଡକ୍ଟର ବିଜୟାନନ୍ଦ କଲତା, ଇଂରାଜୀ ବିଭାଗର ପ୍ରାଧ୍ୟାପକ ଲୋକେଶ ଚନ୍ଦ୍ର ପ୍ରଧାନ, ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ଡକ୍ଟର ପ୍ରେମଶୀଳା ମେହେର, ମୁଖ୍ୟ କିରାଣୀ ରାମକିଶୋର ପାଢୀ, ଗ୍ରନ୍ଥାଗାର ସହାୟକ ମନୁ ପଟନାୟକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ସଂଯୋଜନା କରିଥିଲେ ଡକ୍ଟର ସୌରଭ ରଂଜନ ଖମାରୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ରକି ବିଶ୍ବାଳ ।

nrusinghnath
Leave A Reply

Your email address will not be published.