ଦିଲ୍ଲୀରେ ପାଳିତ ସ୍ଵାଧିନତା ଦିବସ ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ ପ୍ରକୃତିବନ୍ଧୁ ବିଭୁତି ଭୁଷଣ ମୁଣ୍ଡ

  • ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ଶା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗ୍ରାମର ପ୍ରକୃତିବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ବିଶିଷ୍ଟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ୭୯ତମ ସ୍ଵାଧୀନତା ଦିବସ ସମାରୋହରେ ସାମିଲ ହେବାପାଇଁ ନିମନ୍ତ୍ରିତ ହୋଇଛନ୍ତି । ଯାହାକି ଅଞ୍ଚଳପାଇଁ ସେ ଗୌରବ ଆଣିଛନ୍ତି । ସେ ପ୍ରକୃତିର ସୁରକ୍ଷା କ୍ଷେତ୍ରରେ ସ୍କୁଲ କଲେଜ ସାଙ୍ଗକୁ ଗାଁ ଗାଁ ମାନଙ୍କରେ ଜଙ୍ଗଲ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରିଥାନ୍ତି । ସେ ବିଭିନ୍ନ ପ୍ରକାର ଔଷଧୀୟ ଚାରା ପ୍ରସ୍ତୁତ ତଥା ଚାଷ କରି ଜନ୍ମ, ବିବାହ ଓ ମୃତ୍ୟୁର ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତି ଚାରା ଗୋଟିଏ ଗୋଟିଏ ଉପହାର ଦେଇଥାନ୍ତି । ଚିରନ୍ତନ ଅମଳ ପଦ୍ଧତିରେ ଜଡ଼ିବୁଟିର ସଂଗ୍ରହ କରି ବହୁ ପୁରାତନ ରୋଗର ସଫଳ ଚିକିତ୍ସାରେ ସହଯୋଗ କରି ଆସୁଥିବାରୁ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜ୍ଜନ କରିପାରିଛନ୍ତି । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ଶ୍ରୀ ମୁଣ୍ଡଙ୍କୁ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଇଛନ୍ତି । ଏହା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର କଥା ସହ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଭଗବାନ ତାଙ୍କ ଚଲାପଥ କୁସୁମିତ ହେଉ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନା କରାଯାଇଛି ।

jittmm
Leave A Reply

Your email address will not be published.