ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବିଭିନ୍ନ ଜନହିତକର କାର୍ଯ୍ୟକରି ଆସୁଥିବା ମୁରିବାହାଲ ବ୍ଲକର ଅଗ୍ରଣୀ ସଂଗଠନ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିକାଶ ମଞ୍ଚ କାର୍ଯ୍ୟାଳୟ ପରିସରରେ ବ୍ଲକ ବିକାଶ ମଞ୍ଚର ସମସ୍ତ କର୍ମକର୍ତ୍ତା ତଥା ବହୁ ସ୍ୱେଚ୍ଛାସେବୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀ, କାର୍ଯ୍ୟକାରୀ ସମ୍ପାଦକ ଥବିର ସା, ସମ୍ପାଦକ ଅମରେଶ ମାଝୀ, କୋଷଧ୍ୟକ୍ଷ ହରିଦାସ ତାଣ୍ଡି, ଉପସଭାପତି ଅଶୋକ ପଧାନ, ବଜରଙ୍ଗ ଶାଣ୍ଢ, ରବି ବାଗ, ସୁଶୀଲ ବାଗଙ୍କ ସହ ବନ ବିଭାଗ ପକ୍ଷରୁ ଫରେଷ୍ଟଗାର୍ଡ ଅଜିତ ବେହେରା, କୁବେର ଠେଲା, ଲିଙ୍ଗେଶ୍ୱର ମହାନନ୍ଦ, କୁବେର ମାଝୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଚାରା ରୋପଣ କରିଥିଲେ । ପରିବେଶ ସୁରକ୍ଷା ଦୃଷ୍ଟିରୁ ବୃକ୍ଷ ରୋପଣ ତଥା ବନୀକରଣର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏପରି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.