p purohi

ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ବନମହୋତ୍ସବ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ଚଳିତ ବର୍ଷ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଘେଁସ ବନାଞ୍ଚଳ ସର୍ଗିବାହାଲ ବନବିଭାଗର ଫରେଷ୍ଟ ଗାର୍ଡ ହେମ ସାଗର ସାହୁ, ସମ୍ମାନିତ ଅତିଥି ପୌଲସ୍ତିରାମ ସାହୁ, ପରିଚାଳନା ସମିତିର ସଭାପତି ପ୍ରେମାନନ୍ଦ ବାରିକ, ସମ୍ପାଦକ ପ୍ରହଲ୍ଲାଦ ସାହୁ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ୟ୍ୟ ପ୍ରମୋଦ କୁମାର ସାହୁ ଓ ସମସ୍ତ ଗୁରୁଜୀ ଗୁରୁମା, ଶିଶୁ ଭାଇଭଉଣୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଆୟୋଜିତ ସଭାରେ ମୁଖ୍ୟ ଅତିଥି ପରିବେଶର ସନ୍ତୁଳନରକ୍ଷା, ଜଙ୍ଗଲ ସୁରକ୍ଷା ଏବଂ ପରିବେଶ ରକ୍ଷା ତଥା ବୃକ୍ଷ ରୋପଣର ଲକ୍ଷ୍ୟ ଗୋଟିଏ ଗଛ ମାଆଙ୍କ ନାମରେ ଏବଂ ବଞ୍ଚିବା ପାଇଁ ଗଛଟିଏ ଲଗାଇବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.