ଏଫଏମ୍‌ ଛାତ୍ରୀ ଘଟଣା ପାଇଁ ନ୍ୟାୟ ଦାବିରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଗେଟ୍‌ ସାମ୍ନାରେ ବିକ୍ଷୋଭ କଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଫଏମ୍‌ କଲେଜ, ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ବଲାଙ୍ଗିର ଗେଟ୍‌ ସାମ୍ନାରେ ଦୃଢ ଭାବରେ ବିକ୍ଷୋଭ ପ୍ରଦର୍ଶନ କଲା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ (ଏନ୍‌ଏସ୍‌ୟୁଆଇ) । ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ଏନ୍‌ଏସ୍‌ୟୁଆଇ ବଲାଙ୍ଗିର ଜିଲ୍ଲା ସଭାପତି ଚିନ୍ମୟ ବେହେରା । ବିକ୍ଷୋଭକାରୀମାନେ ପୋଷ୍ଟର ଧରି ଏବଂ ନାରା ଦେଇ ଶାସନ ଓ ଶିକ୍ଷା ବ୍ୟବସ୍ଥାର ଅବହେଳା ବିରୋଧରେ ବିଜେପି ସରକାରକୁ ଭର୍ସନା କରିଥିଲେ । ସେମାନେ ଦାବି କରିଥିଲେ ଯେ ଅଭିଯୁକ୍ତ ଅଧ୍ୟାପକ, କଲେଜ ପ୍ରିନ୍ସିପାଲ ଓ ଦାୟୀ ଅଧିକାରୀଙ୍କୁ କଠୋର ଦଣ୍ଡ ଦିଆଯାଉ । ଏତଦ୍‌ଭିନ୍ନ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କର ପୋଷ୍ଟର ଦାହ କରାଯିବା ସହ ସେମାନଙ୍କର ଇସ୍ତାଫା ଦାବି କରାଯାଇଥିଲା । ମିଡିଆ ସହ କଥା ହେଉଥିବା ବେଳେ ଚିନ୍ମୟ ବେହେରା କହିଛନ୍ତି ଏହା କେବଳ ଗୋଟିଏ ଛାତ୍ରୀଙ୍କ କଥା ନୁହେଁ, ଏହା ଏକ ଏମିତି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ଯାହା ଛାତ୍ରୀମାନଙ୍କ ସୁରକ୍ଷା ଦେବା ଅସମର୍ଥ । ଆମେ ଚାହୁଁଛୁ ଯେ ଶିଘ୍ର ଓ କଠୋର କାର୍ଯ୍ୟାନୁଷ୍ଠାନ ହେଉ ଓ ଆଗାମୀ ରେ ଏମିତି ଘଟଣା ପୁନର୍ବାର ଯେପରି ନ ହୁଏ ସେଥିପ୍ରତି ସରକାର ବିଶେଷ ଯତ୍ନବାନ ହେବେ । ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଅନେକ ଛାତ୍ର ଭାଗ ନେଇଥିଲେ । ଏନ୍‌ଏସ୍‌ୟୁଆଇ ନେତୃତ୍ୱ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଶିଘ୍ର ଯଥାଯୋଗ୍ୟ କାର୍ଯ୍ୟାନୁଷ୍ଠାନ ନ ହେବ ତେବେ ସେମାନେ ରାଜ୍ୟସ୍ତରରେ ଆନ୍ଦୋଳନ ତିବ୍ର ହେବ । ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଅଙ୍କିତ ସାହୁ, ବଲାଙ୍ଗିର ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ସଭାପତି ନାସୀର ଖାନ, ନିତିଶ ପ୍ରଧାନ, ଭ୍ୟୋମେସ ସେଠ ଅନେକ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.