p purohi

ୱାକୋ ଓଡିଶା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ୧୧ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ୱାକୋ ଓଡିଶା ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଚମ୍ପିୟାନସିପରେ ବଲାଙ୍ଗିର ଜିଲ୍ଲା ଆମେଚ୍ୟୁର କିକ୍‌ ବକ୍ସିଂ ଦଳର ସଫଳତା ମିଳିଛି । ସଂଘର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠଙ୍କ ତତ୍ୱାବଧାନରେ କୋଚ ଜିତେନ୍ଦ୍ର ପୃଷ୍ଟି, ମଳୟ କୁମ୍ଭାର, ଟିମ୍‌ ମ୍ୟାନେଜନ ବଦ୍ରିନାଥ ହୋତା ତଥା ୧୯ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ସିନିୟର ବର୍ଗରେ ମୁରଲି ମହାକୁର ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ଜୁନିୟର ବର୍ଗରେ ଅଭିପ୍‌ସା ହୋତା ୨ଟି ସ୍ୱର୍ଣ୍ଣ, ବିଣାପାଣି ସାହୁ ରୌପ୍ୟ ପଦକ, ଅମିତ ପାତ୍ର ରୌପ୍ୟ ପଦକ, ସତ୍ୟନାରାୟଣ ସାହୁ ରୌପ୍ୟ, ଚୈତନ କବାଟ ଦୁଇଟି କାଂସ୍ୟ, ପୁନମ କବାଟ ରୌପ୍ୟ, ଅକ୍ଷ୍ୟା ରାଜପୁତ ରୌପ୍ୟ, ଜୟକିଶାନ ଉଗ୍ରେଙ୍କର ଗୋଟିଏ କାଂସ୍ୟ, ମନଜିତ ସାହୁ ଦୁଇଟି କାଂସ୍ୟ, କିରନ ସେଠ ଗୋଟିଏ ରୌପ୍ୟ, ସୀତା ବରିହା ଗୋଟିଏ ରୌପ୍ୟ ଓ କାଂସ୍ୟ, ରୋଶନ ସେଠ ଗୋଲ୍ଡ ପଦକ ହାସଲ କରିଛନ୍ତି । ଏହି ଚମ୍ପିୟାନସିପରେ ଜିଲ୍ଲା ସଂପାଦକ ଭଗବାନ କୁମ୍ଭାର, ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ରେଫରି ଓ ଜଜ୍‌ ଦାୟିତ୍ୱ ତୁଳାଇଥିଲେ । ବଲାଙ୍ଗିର କିକ୍‌ ବକ୍ସିଂ ସଂଘରୁ ସର୍ବ ଭାରତୀୟ ବରିଷ୍ଠ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଦୁଇ ଜଣ ଖେଳାଳି ମୁରଲି ମହାକୁର ଓ କ୍ରୀଷ୍ଣା ସେଠ ମନୋନିତ ହୋଇଛନ୍ତି । ସଂଘର ସଭାପତି ଅଯୋଧ୍ୟା ମିଶ୍ର, କରାଟେ ସଂଘର ସଂପାଦକ ହୃଦୟ ଶବର, ସୁରେନ୍ଦ୍ର ସାହୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

nrusinghnath
Leave A Reply

Your email address will not be published.