ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁବାର ବ୍ୟାସ ପୁର୍ଣିମା ଅବସରରେ ସ୍ୱର୍ଗତ ଗାୟକ ପ୍ରଫୁଲ୍ଲ ମହାରଣାଙ୍କ ପୁତ୍ର ନିରଞ୍ଜନ ମହାରଣାଙ୍କ ପୂର୍ଣ୍ଣ ସହଯୋଗରେ ଶ୍ରୀ ଶ୍ରୀ ଖେଲେଶ୍ୱର ଦେବଙ୍କ ପବିତ୍ର ପୀଠରେ ଗାୟକ ବ୍ୟାସ ଲକ୍ଷ୍ମୀଧର ଦାସଙ୍କ ସଭାପତିତ୍ୱରେ ଅନନ୍ତ ଗୋପାଳ ଗୁରୁ ଦାସ ପାଲା ସମିତିର ୧୩ତମ ବାର୍ଷିକ ଓ ପାଲା ଗୁରୁ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ଘଟିକା ବନ୍ଧୁ ମିଳନ ୯ଟା ସତ୍ୟନାରାୟଣଙ୍କ ପୂଜନ ୧୦ଟା ଠାରୁ ଯୁବ ପାଲା ଗାୟକ ଗୌରୀ ମଣ୍ଡଳ ସମ୍ପାଦକ ସନ୍ତୋଷ ବେହେରା ଓ ସାଥୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ପାଲା ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର ମୁଖ୍ୟବକ୍ତା ବାଗ୍ମୀ ନାରାୟଣ ମହାରଣା ସମ୍ମାନିତ ଅତିଥି ଆଇନୀ ପରାମର୍ଶ ଦାତା, ଉପଦେଷ୍ଟା ପ୍ରତାପ ପ୍ରଧାନ, ରମେଶ ପ୍ରଧାନ, ଜ୍ୟୋତିର୍ବିଦ, ସାହିତ୍ୟିକ ଦେବୀ ପ୍ରସାଦ ମହାପାତ୍ର, ପୁରୀ ଜିଲ୍ଲା ସମ୍ପାଦକ ଲମ୍ବୋଦର ବେହେରା ଆଦି ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜ ମଙ୍ଗଳ ଉପରେ ଅନେକ ସୁନ୍ଦର ବକ୍ତବ୍ୟ ମାନ ପ୍ରଦାନ କରିଥିଲେ, ଅନୁଷ୍ଠାନର ଶିଷ୍ୟ, ଶିଷ୍ୟାମାନଙ୍କ ଦ୍ୱାରା ଗୁରୁ ପାଦ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା, ଗୁରୁ ରାମ ଚନ୍ଦ୍ର କର, ସୁଦର୍ଶନ ମହାପାତ୍ର, ଗିରିଧାରୀ ମହାପାତ୍ର, କାଶୀନାଥ ଜେନା, ଅଭିମନ୍ୟୁ ସ୍ୱାଇଁ, ପ୍ରମୋଦ କୁମାର ଜେନାଙ୍କ ପୂଜାର୍ଚ୍ଛନା ବୈଦିକ ନୀତିରେ କରାଯାଇଛି, ସାଧାରଣ ସଭାରେ ପ୍ରତେକ ଗୁରୁମାନେ ଗୁରୁ ଶିଷ୍ୟ ପରଂମ୍ପରା ଉପରେ ସଚେତନତା ମୂଳକ କଥା ସମେତ ସୁନ୍ଦର ଆଶୀର୍ବଚନ ପ୍ରଦାନ କରି ଥିଲେ, ଗାୟକ ମଙ୍ଗରାଜ ବିଶ୍ୱାଳ ବହୁ ସୁନ୍ଦର ଅତିଥି ପରିଚୟ ପ୍ରଦାନ କରିଥିଲେ, ସମସ୍ତ ଶିଷ୍ୟ, ଶିଷ୍ୟା ଗୁରୁ ବନ୍ଦନା ଗାନ କରିଥିଲେ, ଦୁଈ ଜଣ ପାଲା ଗାୟକ, ଗାୟିକା, ବାୟକ, ପାଳିଆ, ସଂକୀର୍ତ୍ତନ ଗାୟକ, ବାୟକ ପାଳିଆ ଓ ଦୁଇଟି ବାଦ ପାଲା ମଞ୍ଚକୁ ମାନ ପତ୍ର, ଉତ୍ତରୀୟ ଦେଈ ସମ୍ବର୍ଦ୍ଧନା କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକୁ ଗାୟକ ବସନ୍ତ ମହାରଣା ସରୋଜ ପ୍ରଧାନ, ବିଚିତ୍ରା ନନ୍ଦ ତ୍ରିପାଠୀ ସମ୍ପାଦନ କରିଥିଲେ,ସାଧୁ ଚରଣ ନାୟକ, ଦୁର୍ଯ୍ୟୋଧନ ପ୍ରଧାନ, କଣ୍ଡୁରୀ ବେହେରା, ପ୍ରଶାନ୍ତ, ରବି ମାଝୀ, ସୁଭଦ୍ରା ନାୟକ, ବୀଣା ପାଣି ପଣ୍ଡା, ବିଚିତ୍ର ବେହେରା, ଅଜୟ ଭୋଇ, ଗୁଣ୍ଠ ମୁଦୁଲି, ଅର୍ଜୁନ ବେହେରା, ବଟ କୃଷ୍ଣ ମହାପାତ୍ର, ଦିଲୀପ ଦାସ ଆଦି ସୁଚାରୁ ରୂପେ ସମସ୍ତ କର୍ମକୁ ତଦାରଖ କରିଥିଲେ ଓ ଅନେକ ସଦସ୍ୟା, ସଦସ୍ୟମାନେ ପୂର୍ଣ୍ଣ ମନ ପ୍ରାଣ ଦେଈ ସବୁ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ, ଶେଷରେ କୈଳାସ ଚନ୍ଦ୍ର ପାଣି ଧନ୍ୟବାଦ ପ୍ରଦାନ କରିଥିଲେ, ତ୍ରିଶକ୍ତି ଭକ୍ତି ସୁଧାର କର୍ମକର୍ତ୍ତା ଶାସ୍ୱତ ମିଶ୍ର ମହାଶୟ ଅନୁଷ୍ଠାନର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଚିତ୍ର ଫୋଟୋ ଉତ୍ତେ୍ୱାଳନ ସମେତ ଭିଡିଓ ରେକଡ଼ିଂ କରିଥିଲେ, ଆଉ ସମସ୍ତ ଇଲୋ୍ଟ୍ରୋନିକ ମିଡ଼ିଆ ବନ୍ଧୁମାନେ ଉପସ୍ଥିତ ରହି ଖବର ପ୍ରସାରଣ ଦିଗରେ କାର୍ଯ୍ୟ ନିର୍ବାହ କରି ଥିଲେ, ମହାପ୍ରଭୁ ସତ୍ୟନାରାୟଣ ଓ ଖେଲେ ସ୍ୱର ଠାକୁରଙ୍କ ପ୍ରସାଦ ସେବନ କରି କୃତକୃତ୍ୟ ହୋଇଥିଲେ, ବାର୍ଷିକ ଓ ଗୁରୁ ପୂଜନ ଉତ୍ସବ ଆନନ୍ଦ ଉତ୍ସାହର ସହ ମହା ଆଡମ୍ବରରେ ପାଳିତ ହୋଇଛି ।

Next Post