pr

ବନ୍ୟା ପିଡିତାଙ୍କୁ ଜରୁରୀ ସହାୟତା ପାଇଁ ମହିଳା ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ମୌସୁମୀ ଜନିତ ଲଗାଣ ବର୍ଷା କାରଣରୁ ଜୀରାନଦୀ ବନ୍ୟାଜଳ ଦ୍ୱାରା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକ ଜରୁରୀ ସହାୟତା ପ୍ରଦାନ କରାଯିବାକୁ ବରଗଡ଼ ମହିଳା ସମିତି ଜିଲ୍ଲା ପ୍ରଶାସନକୁ ଅନୁରୋଧ ଜଣାଇଛି । ସମିତିର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ସୋନାଲି ପଟ୍ଟନାୟକଙ୍କୁ ଏକ ପ୍ରସ୍ତାବ ପତ୍ର ପ୍ରଦାନ କରିଥିଲେ । ସେଥିରେ ସମିତି ପକ୍ଷରୁ ବରଗଡ଼ ୱାର୍ଡ଼ – ୧ ଜୀରା କଲୋନୀରେ ରିଲିଫ ବଣ୍ଟନ ସମୟରେ ବନ୍ୟା ପ୍ରଭାବିତ ଗଣ ଦର୍ଶାଇଥିବା ତାଙ୍କ ଜରୁରୀ ଆବଶ୍ୟକତା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି । ମୁଖ୍ୟତଃ, ଏ ଦୁଃସ୍ଥିତି ଲାଗି ରହିଥିବା ଯାଏଁ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା, ଚାଳଘର ଛାଉଣୀ ପାଇଁ ମୋଟା ଜରି, ବନ୍ୟା ଜଳରେ ଭାସି ଆସୁଥିବା ବିଷାକ୍ତ ଜୀବ ଭୟରୁ ରକ୍ଷା ପାଇଁ ରାତ୍ରି ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଆଲୁଅ ବ୍ୟବସ୍ଥା, ନିୟମିତ ସ୍ୱାସ୍ଥ୍ୟ ସେବା ଓ ପରିବେଶ ସ୍ୱଚ୍ଛତା, ଅନେକେ ବସ୍ତ୍ର ଅଭାବରୁ ଓଦା ବସ୍ତ୍ର ପରିଧାନ କରିବାକୁ ବାଧ୍ୟ ହେଉଥିବାରୁ ବସ୍ତ୍ର ବ୍ୟବସ୍ଥା ଓ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ତାଙ୍କ ପକ୍ଷରେ ଯାହା ସମ୍ଭବ ତୁରନ୍ତ ବ୍ୟବସ୍ଥା କରିବେ ଏବଂ ସମିତିର ପ୍ରସ୍ତାବକୁ ଜିଲ୍ଲାପାଳଙ୍କ ପାଖକୁ ପଠାଇଦେବେ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ ମହିଳା ସମିତିର ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ମମତା ମିଶ୍ର, ଜୟଗୀତା ପଣ୍ଡା, ମନ୍ଦାକିନୀ ପତି, ଜୟନ୍ତୀ ପ୍ରଧାନ ଓ ବାସନ୍ତୀ ଗଡତିଆ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.