ଭାରତ ବନ୍ଦ୍‌ର ପ୍ରଭାବ ଗଞ୍ଜାମ ସହରରେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଗଞ୍ଜାମ ସହରରେ ସିପିଏମ୍‌ର ସିଆଇଟିୟୁ, ସିପିଆଇର ଏଆଇଟିୟୁସି ପକ୍ଷରୁ ଜୟଶ୍ରୀ ଛକ ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସହରରେ ଦୋକାନ ବଜାର ବନ୍ଦ କରିବା ସହ ପିକେଟିଙ୍ଗ କରିଥିଲେ । ମୁଖ୍ୟତଃ ଭାବେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନୀତି ଶ୍ରମିକ ମାନଙ୍କ ଅନ୍ୟାନ୍ୟ ସମସ୍ୟା ନେଇ ଆନ୍ଦୋଳନରେ ପ୍ରତିବାଦ କରାଯାଇଥିଲା । ରାଷ୍ଟ୍ରାୟତ ସମ୍ପଦର ସୁରକ୍ଷା, ଚାଷୀ ଓ ଫସଲ ପାଇଁ ଏମ୍‌ଏସ୍‌ପିକୁ ଆଇନଗତ ଗ୍ୟାରେଣ୍ଟି ଇତ୍ୟାଦି ୧୭ ଦଫା ଦାବି ନେଇ ଏହି ଧର୍ମଘାଟରେ ଟ୍ରେଡ଼ ୟୁନିୟନ ନେତା ଓ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ । ଏଥିରେ ସିପିଏମ୍‌ର ରାମଚନ୍ଦ୍ର ନାୟକ, ପଦ୍ମଚରଣ ପ୍ରଧାନ, ଦିଲ୍ଲୀପ ଛୋଟରାୟ, ଜତିରାଜ ପ୍ରଧାନ, ବୈରାଗୀ ବେହେରା, ପ୍ରଫୁଲ ସ୍ୱାଇଁ, ଅଜୟ ଗୌଡ଼, ଧର୍ମରାଜ ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ତ୍ରିଲୋଚନ ପ୍ରଧାନ, ଗଙ୍ଗାଧର ରେଡ୍ଡି, ମନୋଜ ସାହୁ, ଖଲି ସ୍ୱାଇଁ, ପ୍ରଶାନ୍ତ ଛଟେଇ ସିପିଆଇର, ପୂର୍ଣ୍ଣଚନ୍ଦ୍ର ପଲେଇ, ସୀମାଞ୍ଚଳ ପଲେଇ, ପ୍ରତାପ ବିଶ୍ୱାଳ, ଆର୍‌. ଉମାକାନ୍ତ ରାଓ, ଶରତ ପରିଡା, ସାଗର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.