oom

କେସିଙ୍ଗା ସତ୍ୟର ସ୍ଵର ଟିମ ତରଫରୁ ବନ ମହୋତ୍ସବ ପାଳନ

jsmm

କେସିଙ୍ଗା, (ପ୍ରୀତେଶ ପଟେଲ ) : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟର ସ୍ୱର ସାମାଜିକ ଗଣମାଧ୍ୟମ କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବାଗଡ ଗୌରୀ ଶଙ୍କର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟର ସ୍ୱର ଟିମରୁ ଅନିଲ କୁମାର ନାଗ, ଟିକେରାମ ତାଣ୍ଡି, ପରମା କରୁଆଁ, ଜ୍ୟୋତିରଂଜନ ମହାରଣା, ମହେଶ୍ୱର ନାଏକ, ସଂଗ୍ରାମ କେଶରୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସତମନ ଘିଭେଲା ସହଯୋଗ କରିଥିଲେ । ଆଗାମୀ ଦିନରେ ସତ୍ୟର ସ୍ୱର ଟିମ୍ ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଯିବା ବୋଲି ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.