oom

ଗୋବା ଗ୍ରାମରେ ସଂଘବନ୍ଧ ଆକ୍ରମଣ : ତୋଫାନ ସ୍ୱାଇଁ ମୃତ ଅନ୍ୟ ୩ ଜଣ ଆହତ

jsmm
  • ଅଭିଯୁକ୍ତମାନେ ଫେରାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମରେ ପୂର୍ବ ଶତ୍ରୁତ୍ରାକୁ କେନ୍ଦ୍ର କରି ଏକ ଅଦ୍ଭାବନୀୟ ସଙ୍ଘବନ୍ଧ ଆକ୍ରମଣ ଘଟିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ସଂଘବନ୍ଧ ଆକ୍ରମଣ ହୋଇ ଜଣେ ମୃତ୍ୟୁ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜଣାଯାଇଛି । ଖଣ୍ଡାରେ ଗୋଡେଇ ଗୋଡେଇ ଦୁର୍ବୁତ୍ତ ମାନେ ହାଣିଛନ୍ତି । ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ପ୍ରକାଶ କରିଛନ୍ତି । ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତୋଫାନ ସ୍ୱାଇଁ ବଡ଼ ମେଡ଼ିକାଲରେ ମୃତ୍ୟ ହୋଇଛନ୍ତି ଏବଂ ଅନ୍ୟମାନେ ଗୁରୁତର ଆହାତ ଅବସ୍ଥାରେ ଚିକିତ୍ସାଧୀନରେ ଅଛନ୍ତି । ଗୁରୁତର ଆହାତମାନେ ହେଲେ ସୁଧୀର କୁମାର ସ୍ଵାଇଁ, ନନ୍ଦ ବାରିକ, କାଳିଆ ସାହୁ ଓ ରାହୁଲ୍ ସ୍ଵାଇଁ । ଖଣ୍ଡା ଏବଂ ଲୁହା ରଡ଼ରେ ହୋଇଛି ଆକ୍ରମଣ ଏବଂ ଗୁରୁତ୍ଵରଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଆଣି ସେଠାରେ ପ୍ରାଥମିକ ଚିକିତ୍ସା କରାଇ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଛତ୍ରପୁର ଥାନା ପୋଲିସ ତଦନ୍ତ ଜାରୀ ରଖିଛି । ଆହାତଙ୍କ ସୂଚନା ଅନୁଯାୟୀ, ସକାଳ ୧୦ ଘଣ୍ଟ ସମୟରେ ତୋଫାନ ସ୍ଵାଇଁ ତାରାତାରିଣୀ ମନ୍ଦିରରୁ ଫେରୁଥିବା ସମୟରେ ଗୋବା ଗାଁ ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୧୫ରୁ ୧୭ ଜଣ ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଖଣ୍ଡା, କାତି, ଠେଙ୍ଗା, ହକି ଷ୍ଟିକ୍, ଲୁହା ରଡ଼ ଆଦିରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଖବର ପାଇଁ ତୋଫାନ ସ୍ଵାଇଁର କକା ପୁଅ ଭାଈ ସୁଧୀର ସ୍ୱାଇଁ ଓ ତାଙ୍କର ସମ୍ପର୍କୀୟ ଭାଇମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ ଦୁର୍ବୃତ୍ତ ମାନେ, ଫଳରେ ସେମାନେ ମଧ୍ୟ ଆହତ ହୋଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୋଫାନ ସ୍ୱାଇଁଙ୍କ ଦୁଇ ହାତ ଓ ଦୁଇ ଗୋଡ଼କୁ ହାଣିବା ସହ ଠେଙ୍ଗାରେ ବାଡେଇ ଭଙ୍ଗା ଯାଇଛି, ତେଣୁ ଅବସ୍ଥା ସାଙ୍ଘାତିକ ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ଛତ୍ରପୁର ପୋଲିସ ବଡ଼ ମେଡ଼ିକାଲକୁ ଆସି ଆହାତ ଙ୍କୁ ଭେଟି ପଚରାଉଚରା କରିବା ସହ ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦନ ଘଢେଇଙ୍କ ନେତୃତ୍ୱରେ ଛତ୍ରପୁର ଥାନାଧିକାରୀ ଓ ତାଙ୍କ ଟିମ୍ ଗୋବା ଗ୍ରାମରେ ପହଞ୍ଚି ଜୋରଦାର ଛାନଭିନ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଆହାତ ସୁଧିର ସ୍ୱାଇଁ ର ବାଇକ୍ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.