oom

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

jsmm

ବ୍ରହ୍ମପୁର : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ । ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି । ଥାନାରେ କେସ୍ ଦେବାରୁ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଘରେ ପଶି ଦୁର୍ବୃତ୍ତମାନେ ଭାଇ ଭଉଣୀଙ୍କୁ ହାଣି ଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗଞ୍ଜାମ ଥାନା ତେଲୁଗୁ ନୂଆଗାଁର ରିଙ୍କି ବେହେରାଙ୍କ ୧୩ବର୍ଷର ଝିଅ ପଡ଼ୋଶୀ ଗାଁ ଅଗସ୍ତିନୂଆ ଗାଁ ସ୍କୁଲରେ ପାଠ ପଢ଼ୁଛନ୍ତି । ମଙ୍ଗଳବାର ସ୍କୁଲ ବାହାରେ ଆଉ ଜଣେ ଝିଅ ସହ ତାର ଝଗଡ଼ା ହୋଇଥିଲା । ସେହି ଗ୍ରାମର ଜଣେ ଯୁବକ ଆସି ରିଙ୍କିଙ୍କ ଝିଅକୁ ମାଡ଼ ମାରିଥିଲେ । ଏନେଇ ରିଙ୍କି ତାଙ୍କ ସମ୍ପର୍କୀୟ ଭାଇ ଭୀମ ତରେଇଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତମାନଙ୍କୁ ଥାନାକୁ ଡକାଇଥିଲା । ରିଙ୍କି ବୁଧବାର କେସ କରିବେ ବୋଲି କହିଥିଲେ । ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ତାଗିଦ୍ କରି ବୁଧବାର ଆସିବାକୁ କହିଥିଲା । ସମସ୍ତେ ଫେରି ଆସିଥିଲେ । ରିଙ୍କି ଓ ଭୀମ ଗାଁରେ ପହଞ୍ଚିବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ଘରକୁ ଆସି ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ରିଙ୍କି ଓ ଭୀମ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୀମ ତରେଇଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ସାହୁ ଓ ଛତ୍ରପୁର ଏସଡିପିଓ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ବୟାନ ରେକର୍ଡ କରିଛନ୍ତି । ଘଟଣାରେ ସଂପୃକ୍ତ କିଛି ଅଭିଯୁକ୍ତଙ୍କୁ ପୁଲିସ ଉଠାଇ ଆଣିଛି । ଏହି ଘଟଣାକୁ ନେଇ ଗ୍ରାମରେ ଆଶାନ୍ତି ଲାଗି ରହିଛି ।

jittmm
Leave A Reply

Your email address will not be published.