pr

ଲୋକ ନାଟକ ମହୋତ୍ସବ ଏବଂ ଗୁରୁ ଭଗବାନ ସାହୁ ଜନ୍ମ ମହୋତ୍ସବ ଅନୁଷ୍ଠିତ

dr. purohit

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ସୁର ସଙ୍ଗମ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଲୋଇସିଂହା ଆଇସିଡ଼ିଏସଠାରେ ଏକ ଦିବସୀୟ ଲୋକ ନାଟକ ମହୋତ୍ସବ ଏବଂ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନିସାର ଅହମ୍ମଦ ନିସାରଙ୍କ ପ୍ରାରମ୍ଭିକ ସଙ୍ଗୀତ ପରେ ଲୋଇସିଂହା ଜମିଦାର ଅର୍ଚ୍ଚନା ଦେବୀ ସିଂ ରାଏଙ୍କ ଅଧ୍ୟକ୍ଷତାରେ ପଞ୍ଚଜନ୍ୟ ସାହିତ୍ୟ ସଂସଦ ଦେବେନ୍ଦ୍ର କୁମାର ମିସ୍ତ୍ରୀଙ୍କ ସଭାପତିତ୍ୱରେ ସରୋଜ ମହାକୁରଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟାମସୁନ୍ଦର ଭୋଇ, ନାଟକ ଆଲୋଚନାଚକ୍ରରେ ଗୀତିକାର ଧର୍ମ ସିଂ ମିଶ୍ର ବଲାଙ୍ଗିର, ଭୂମିକା ଅନୁଷ୍ଠାନର ଚିତ୍ତ ନାଏକ, ଚନ୍ଦ୍ରମଣି ବାରିକ, ସରୋଜ ପଟେଲ, କଳା ନିର୍ଦ୍ଦେଶକ ଗୈାରୀ ଶଙ୍କର ବେତ, ଗବେଷକ ସାଲେଗ୍ରାମ ହୋତା, ଜ୍ୟୋତି ସାହୁ, ସାହିତ୍ୟିକ ସଚିଦାନନ୍ଦ ପ୍ରଧାନ, ଲୋକ ନାଟକ ପରିବେଷଣ କରିଥିଲେ ଦେବେନ୍ଦ୍ର କନ୍ଧେର, ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ କବିତା ପାଠରେ କବି ନିରଞ୍ଜନ ପଣ୍ଡା, ସୁରେନ୍ଦ୍ର ବୀର ଭୂବନ ଭୋଇ, ଚିତ୍ତରଞ୍ଜନ ବିଶ୍ୱାଳ, ଉଦ୍ଧବ ବାରୀକ, ରଶ୍ମି ପାତ୍ର, ଚୁମକି ଦାଶ, ମଞ୍ଜୁଲତା ମେହେର, ନବୀନ କିଶୋର ବେହେରା ପ୍ରମୁଖ ସହଯୋଗ କରିଥିଲେ ସୁର ସଙ୍ଗମ ସଭାପତି ନିସାର ଅହମ୍ମଦ ନିସାର ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମରେ କଳା ସଂସ୍କୃତି ସମେତ ବିଭିନ୍ନ ବର୍ଗର ବୁଦ୍ଧିଜିବୀ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.