pr

ମାଳିଶିରା ତେନ୍ତୁଳିଖୁଣ୍ଟି ଓ ସିରୋଲ ୩ଟି ପଞ୍ଚାୟତରେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ‘ସେବା ଓ ବିକାଶ ବାହାନ ଯାତ୍ରା’ ଉପରେ ସଚେତନତା ଶିବିର ତଥା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗୁରୁବାର ମାଳିଶିରା, ତେନ୍ତୁଳିଖୁଣ୍ଟି ଓ ସିରୋଲ ପଞ୍ଚାୟତସ୍ତରୀୟ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅର୍ଥ ଅଧିକାରୀ ତଥା ନୋଡ଼ାଲ ଅଧିକାରୀ ଘେନୁରାମ ତାଣ୍ଡିଙ୍କ ତତ୍ଵାବଧାନରେ ଅନୁଷ୍ଠିତ ମାଳିଶିରା ପଞ୍ଚାୟତ ବିକାଶ ମେଳାରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏକ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ ଆବାସ, ରାସନ ଓ ଭତ୍ତା କାର୍ଡ ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ସରପଞ୍ଚ ଦେବରାଜ ପାତ୍ର, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ମଣ୍ଡଳ ସଭାପତି ସୁବାସ ପୋଡ଼, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଅର୍ଜୁନ ଛୁରା, ଏଡିଇଓ ସରୋଜ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ । ତେନ୍ତୁଳିଖୁଣ୍ଟି ପଞ୍ଚାୟତରେ ଅତିଥି ରୂପେ ସରପଞ୍ଚ ମୋତିମାଳା ବେହେରା, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ମଣ୍ଡଳ ସଭାପତି ସୁବାସ ପୋଡ଼, ପିଇଓ ଗଣାଦୀପ ପୋଡ଼, ଏଡିଇଓ ସରୋଜ କୁମାର ଭୋଇ, ଯୋଗାଣ ସହାୟକ ମନୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । କେତେକ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର କାର୍ଡ ବଣ୍ଟନ କରାଯାଇଥିଲା । ସେହିପରି ସିରୋଲ ପଞ୍ଚାୟତରେ ସରପଞ୍ଚ ଲୁଚନା ବଗର୍ତ୍ତି, ବିଧାୟକ ପ୍ରତିନିଧି ପୁରନ୍ଦର ବାଗ, ଗଙ୍ଗାଧର ହେର୍ଣ୍ଣା, ମଣ୍ଡଳ ସଭାପତି ସୁବାସ ପୋଡ଼, ଜିପିଡିଓ ଗଙ୍ଗାଧର ଛତର, ପିଇଓ ଅଭିଷେକ ରଥ, ଏଡିଇଓ ଜିର୍ମିୟ ନନ୍ଦ, ସମାଜସେବୀ ଲମ୍ବୋଦର ବଗର୍ତ୍ତିଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଅତିଥିମାନେ ଚାରାରୋପଣ କରି ବିଭିନ୍ନ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀଙ୍କ ସହ ପଞ୍ଚାୟତଗୁଡ଼ିକର ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା,ଯୋଗାଣ ସହାୟକ, ଜିଓ ଟେଗ, ଏମବିକେ, ସିଆରପି, ଶତାଧିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

nrusinghnath
Leave A Reply

Your email address will not be published.