oom

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ପରିବେଷ ଦିବସ ପାଳନ ଅବସରରେ ବରଗଡ ଜିଲ୍ଲା ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, ପ୍ରକୃତି ବନ୍ଧୁ ବଡ ଶତପଥୀ, ବନ ବିଭାଗ କର୍ମଚାରୀ ଶାନ୍ତନୁ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ପରିବେଶ ଦିବସ ଉପରେ ଦିଗଦର୍ଶନ ଦେଇଥିଲେ । ତଥା ବୃକ୍ଷ ରୋପଣ କରି ବୃକ୍ଷ ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ନଡ଼ିଆ ବାଡେଇ ଥିଲେ । ବୃକ୍ଷ ରୋପଣ ସମୟରେ ପ୍ରକୃତିପ୍ରେମୀ ଡାକ୍ତର ସୁରେଶ ଅଗ୍ରୱାଲ, ସମାଜସେବୀ ଶରତ ବଡ଼ପଣ୍ଡା, ସାମ୍ବାଦିକ ସୁରଥ ସାହୁ, ଲିଙ୍ଗରାଜ ସାହୁ, ସେବକ ସେଠ, ନରସିଂ ପଧାନ, ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.