jsm

ରଥଯାତ୍ରା ୨୦୨୫ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ

csstore

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା-୨୦୨୫ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଓ ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୌତମ କିଷାନ, ବାରିପଦା ତହସିଲଦାର ସପନ କୁମାର ସାହୁ, ୱାଟକୋ ଅଧିକ୍ଷଣ ଯନ୍ତ୍ରୀ ପି ସି ମଲ୍ଲିକଙ୍କ ସମେତ ବିଭିନ୍ନ ଲାଇନ ବିଭଗୀୟ ଅଧିକାରୀ, ରଥ ମହାପାତ୍ର, ରଥ ମହାରଣା, ସେବାୟତ, ପୂଜକ ଓ ଉପଦେଷ୍ଟା କମିଟି ସଦସ୍ୟମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଜିର ବୈଠକରେ ମୁଖ୍ୟତଃ ଠାକୁରଙ୍କ ଶୃଙ୍ଖଳିତ ନୀତିକାନ୍ତି, ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଅନୁଷ୍ଠିତ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ମୁତୟନ, ଷ୍ଟଲ ବଣ୍ଟନ, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା, ରଥଯାତ୍ରା ସମୟରେ ରଥ ଦାଣ୍ଡରେ ଆମିଷ ଖାଦ୍ୟ ଦ୍ରବ୍ୟ ବିକ୍ରିକୁ ନିଷେଧ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ରଥଟଣା ସମୟରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଗୁଳୁଗୁଳିରୁ ରକ୍ଷା ପାଇଁ ଜଳ ସିଞ୍ଚନ ବ୍ୟବସ୍ଥା, ସ୍ୱଛତା, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ପାର୍କିଙ୍ଗ ବ୍ୟବସ୍ଥା, ରଥ କାଠ ସଂଗ୍ରହ, ମନ୍ଦିର ଏବଂ ରଥର ରଙ୍ଗ କାର୍ଯ୍ୟ, ରଥଟଣା ପାଇଁ ନଡ଼ିଆକତା ଦଉଡି ସଂଗ୍ରହ, ରଥ ଯାତ୍ରା ପାଇଁ ପବ୍ଲିକ ଡନେସନ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଜଳଛତ୍ର ଷ୍ଟଲ ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା ।

yuvodaya
Leave A Reply

Your email address will not be published.