jsm

କୋଦୋପାଲିରେ ମନ୍ଦିର ପ୍ରତିଷ୍ଠା ପାଇଁ ନୃସିଂହନାଥ ବିନ୍ଧ୍ୟାବାସୀନି ମନ୍ଦିରରୁ ଆଜ୍ଞା ମାଳ ନେଲେ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆପଡ଼ା ଜିଲ୍ଲା କୋଦୋପାଲି (ଧରମବନ୍ଧା) ବିଞ୍ଜାଲ ସମାଜର କର୍ମକର୍ତ୍ତା ଆସନ୍ତା ଶୀତଳଷଷ୍ଠୀ ଦିନ ବିନ୍ଧ୍ୟା ବାସିନୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥରେ ଥିବା ମା’ ଜଗତ ଜନନୀ ବିନ୍ଧ୍ୟାବାସିନୀ ଦେବୀଙ୍କଠାରୁ ଆଜ୍ଞା ମାଳ ନେଇକି ଯାଇଥିଲେ । ସେମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସର୍ବଭାରତୀୟ ସ୍ୱାଲାଖ ବିଞ୍ଝାଲ ସମାଜର ଲାଟ ସଭାପତି ହୃଷୀକେଶ ବରିହାଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । କୋଦୋପାଲିରୁ କୁମ ବରିହା , ନାରାୟଣ ବରିହା, ଦୁକାଳୁ ବରିହା, ପ୍ରେମସିଂ ବରିହା, ଶୁକ୍ରୁ ବରିହା ସମେତ ବହୁ ସମାଜର ବ୍ୟକ୍ତିମାନେ ଆସିଥିଲେ । ଅବସରରେ ହରେକୃଷ୍ଣ ମହାଲିଂ, ସମାରୁ ଅମରୀ, ଚମ୍ପେଶ୍ୱର ବାଗ, ଅରୁଣ ବରିହା, ମନ୍ଦିର ପୂଝାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.