
- ଲାଖପଦର ଠାରେ କଳାହାଣ୍ଡି ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ବୈଠକ
କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଲାଖପଦର ଠାରେ ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପ୍ରଥମ ବୋର୍ଡ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିର୍ବାଚିତ ଜିଲ୍ଲା ସ୍ତରୀୟ ସଭାପତି ଡୋଲେଶ୍ୱର ସାହୁ , ସମ୍ପାଦକ ନରେଶ ସାହୁ, ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ସଭାପତି ପ୍ରହଲ୍ଲାଦ ସା, କୋଷାଧ୍ୟକ୍ଷ ଟିକେଚନ ସାହୁ , ସମୀକ୍ଷକ ରବି ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗ୍ରାମ୍ୟ କମିଟି ଲାଖପଦର ତରଫରୁ ସମ୍ମାନିତ କରାଯାଇଥିଲା । ଲାଖପଦର ଗ୍ରାମରେ ଗତ ମଇ ମାସ ହୋଇଥିବା ସପ୍ତମ ମହାସଭା ଆୟ ବ୍ୟୟ ର ବିବରଣୀ ପଠନ କରିଥିଲେ ସମ୍ପାଦକ ନରେଶ ସାହୁ । ଏଥିରେ କଳାହାଣ୍ଡି ଜିଲ୍ଲା ୧୨ ଗୋଟି ବ୍ଲକର ସମସ୍ତ ସଭାପତି ସମ୍ପାଦକ ସମେତ ନର୍ଲା ବ୍ଲକ ସମସ୍ତ ସାମାଜିକ ଭାଇ ମାନେ ଉପସ୍ଥିତ ଥିଲେ । ଏଥିରେ ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକ ସ୍ତରରେ ସମାଜ ପାଇଁ ଏକ ଗୃହ ନିର୍ମାଣ , ଜାତି ଭାଇ ପାଇଁ ପରିବାର ଗଣନା , ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା , ନାରୀକୁ ସମ୍ମାନ, ତଥା ସମାଜକୁ ସଂସ୍କାର ପଥରେ ଓ ସୁଚାରୁ ରୁପେ ଗଢି ତୋଳିବାବକୁ ନୀତିନିୟମ ସହ କାର୍ଯ୍ୟ ଖସଡ଼ା ତିଆରି କରାଯାଇଥିଲା ।