centurian jitm

ଭୋଜି ଖାଇ ଫେରୁଥିଲେ : ଅଧାରାସ୍ତାରେ ଓଲଟିଲା ଗାଡ଼ି

ବାସୁଦେବପୁର : କେନ୍ଦ୍ରାପଡ଼ା ଚୂଡ଼ାମଣିରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡିଲା ବୋଲେରୋ ଗାଡ଼ି । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଏକ ବାହାଘର ଭୋଜି ଖାଇବାକୁ କେନ୍ଦ୍ରାପଡ଼ା ଚୂଡ଼ାମଣିକୁ ଯାଇଥିଲେ କିଛି ସଂପର୍କୀୟ । ସେଠାରେ ଭୋଜି ଖାଇ ଫେରୁଥିବା ବେଳେ ନୟନଜୋରି ନିକଟରେ ବୋଲେରୋ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.