ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଚାଲିଥିବା ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିନରେ ପହଂଚିଛି । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଜାମଖୁଣ୍ଟା ପଂଚାୟତର ଗ୍ରାମ ରୋଜଗାର ସେବକ ଦୀନେଶ ଜାଲ, ଗାଁ ସାଥୀ ସନ୍ତୋଷ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ଦିବସର ପ୍ରଥମ ରାଉଣ୍ଡରେ ମନିଗାଁ ଓ ଖଇରମାଲ ଦଳ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ମନିଗାଁ ଦଲ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଟେପସା ଓ ବଡଗମଡା ଦଳ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ଏଥିରେ ଟେପସା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ମନୁ ମାଝୀ ସହଯୋଗ କରିଥିଲେ । ମମିଆଁ ଗାଁର ବୈବ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଆୟୋଜକ କମିଟୀର ଛବି ବେହେରା, ଅକ୍ଷ ବେହେରା, ଚିନ୍ତା ବେହେରା, କେଶବ ବେହେରା, ଘାଟୁ ଭୋଇ, ଝସକେତନ ଭୋଇ, ଇଶ୍ୱର ଭୋଇ, ବୁଟୁ ଭୋଇ, ବିରେନ୍ ବେହେରା, ମତିରାମ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ସହ ଯୋଗ କରିଥିଲେ ।