csstore

ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବଲାଙ୍ଗିର ଜିଲ୍ଲା ବିଜେଡ଼ି ସଭାପତି ଭାବେ ମନୋନୀତ ହୋଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସରୋଜଙ୍କ ଉପରେ ଭରସା ରଖି ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ବିଜେପିର ୪ ଜଣ ବିଧାୟକ ରହିଥିବା ବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ଓ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ବିଜେପି ସରକାରରେ ଦାୟିତ୍ୱ ବହନ କରିଛନ୍ତି । ଏଭଳି ସମୟରେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ବଲାଙ୍ଗିରରେ ପୁଣି ଶଂଖ ଧ୍ୱନିକୁ ବଳିଷ୍ଠ କରିବା ପାଇଁ ଆଶା ରଖିଥିବା ବେଳେ ବଲାଙ୍ଗିରରେ ବିଜେଡ଼ି ସଂଗଠନକୁ ଆହୁରି ମଜ୍‌ବୁତ୍‌ କରିବା ନିମନ୍ତେ ସରୋଜ ଅଂଟା ଭିଡ଼ିଛନ୍ତି । ତେବେ ଜିଲ୍ଲା ବିଜେଡ଼ି ସଭାପତି ଭାବେ ମନୋନୀତ ହୋଇଥିବାରୁ ସରୋଜଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା ରଖି ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ସରୋଜ ବିଜେଡ଼ି ସୁପ୍ରିମୋ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

jayashree
Leave A Reply

Your email address will not be published.