centurian jitm

ପଦ୍ମପୁରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସ୍ଥାପନ ଦାବି : ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଏକ ଉପାନ୍ତ ଅଞ୍ଚଳ । ଏହାର ଛତିଶଗଡ଼ ସୀମାନ୍ତ ବର୍ତ୍ତୀ ବ୍ଲକ ଝାରବନ୍ଧ ଓ ପାଇକମାଲ ଠାରୁ ବରଗଡ଼ ଦୂରତା ପ୍ରାୟ ୧୨୦ କିମି ପଡ଼ିଥାଏ । ପଦ୍ମପୁରର ଜନସାଧାରଣ ନିଜର ଗାଡି ମୋଟର, ଟ୍ରାକ୍ଟରର କାଗଜପତ୍ର ପାଇଁ ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଯାଇ ଖର୍ଚ୍ଚାନ୍ତ ତଥା ହଇରାଣ ହେଉଛନ୍ତି । ଏ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଗୁରୁବାର ପଦ୍ମପୁର ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର ସାଂସଦ ଶ୍ରୀ ପୁରୋହିତ ଭୁବନେଶ୍ୱର ଠାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ପଦ୍ମପୁରରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ସ୍ଥାପନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସାଂସଦଙ୍କ ସହିତ ବିଜେପି ଯୁବନେତା ଶ୍ରୀକାନ୍ତ ମିଶ୍ର, ଯୁବନେତା ସତ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.