oom

ଜିଲ୍ଲା କଂଗ୍ରେସ ପକ୍ଷରୁ ଅଖୀମୁଠି ଅନୁକୂଳ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର କିଶାନ ସେଲ ପଥରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଫଟକରା ଗ୍ରାମରେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟ କିଶାନ ସେଲ ସମ୍ପାଦକ ସରୋଜ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ର ଗୈାଉଁନ୍ତିଆ ଭାଗିରଥି ପଟେଲଙ୍କ ଘରୁ ଅଖିମୁଠୀ ବାହାରି ଖୋଲା କିର୍ତ୍ତନ୍ୟ ଏବଂ ମାଁ ମାନଙ୍କ ହୋଳାହୁଳି ଶବ୍ଦରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ନଗର ପରିକ୍ରମା କରି ଶେଷରେ ଜମିରେ ରାଜ୍ୟ କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ହଳ ନଙ୍ଗଳ କରି ଅଭିମୁଖ ଅନୁକୂଳ କରିଥିଲେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଯୁବନେତା ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ସୌମ୍ୟଦିପ ସରାପ, ଶ୍ରୀଧର ବାରିକ, ଲିଙ୍ଗରାଜ ପଟେଲ, ଭରତ ପଟେଲ, ସୁନିଲ ପଟେଲ, ଅଗାଧୁ ଭୋଇ, ଦେବ ହରି ଖେଠାର, ଦୁଗଲ ରାଉତ, ପୁରନ୍ଦର କର୍ମୀଙ୍କ ସମେତ ଶତାଧିକ ମହିଳା ୧ ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.