centurian jitm

ଦୁଇ ଦିନିଆ ଜାତୀୟ ସମ୍ପାନ ଉଦ୍‌ଯାପିତ

nschool

ବରଗଡ, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟ ଓ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁର ମିଳିତ ଆନୁକୂଲ୍ୟରେ “ମାନସିକ ସ୍ୱାସ୍ଥ୍ୟ ପ୍ରତି ବିଶ୍ୱ ଦୃଷ୍ଟି ମୂଲ୍ୟବୋଧ ଓ ଜୀବନ ଚର୍ଯ୍ୟରେ ଶିକ୍ଷାର ସମନ୍ମୟ” ଶୀର୍ଷକ ସମ୍ପାନ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ବଲପୁରର ସଭାଗୃହରେ ଅଧକ୍ଷା ରାଜଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ନାମଧନ୍ୟ ପ୍ରଫେସର ମାନେ ଆଲୋଚକ ଭାବରେ ଯୋଗଦାନ କରିଥିଲେ । ଏଥିରେ ଦୁଇଟି କ୍ଷୁଦ୍ର ପୁସ୍ତିକା ମଧ୍ୟ୍ୟ ଉନ୍ମୋଚନ କରାଯାଇଥିଲା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ କୁମାର ପଣ୍ଡା ପ୍ରଫେସର ଖଗେଶ୍ୱର ଦାଶ ଏବଂ ପ୍ରଫେସର ନବ କିଶୋର ମିଶ୍ର ଉପସ୍ଥିତ ଥିଲେ । ସମ୍ପାନରେ ୬୨ଗୋଟି ନିବନ୍ଧ ପଠିତ ହୋଇ ଆଲୋଚିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଓ ବରିଷ୍ଟ ମନୋଚିକିତ୍ସକ ଡ. ଚିତ୍ତ ରଞ୍ଜନ ମହାପାତ୍ର ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.