କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଭାରତୀୟ ପର୍ଯ୍ୟଟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ନାଗରିକ ମଞ୍ଚ

ବରଗଡ଼, (ମୁନ୍ନା ସାହୁ) : କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ଓ ପ୍ରାଣ ହରାଇ ଥିବା ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବରଗଡ଼ ନାଗରିକ ମଞ୍ଚ । ବରଗଡ଼ ସରକାରୀ ବସଷ୍ଟାଣ୍ଡରେ କ୍ୟାଣ୍ଡେଲ ଜଳାଇ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ନାଗରିକ ମଞ୍ଚର ସଦସ୍ୟମାନେ । ଏପରି କାପୁରୁଷ ଓ ଭୀରୁ କାର୍ଯ୍ୟକୁ ନିନ୍ଦା କରିବା ସହ ଭାରତ ସରକାର ଆତଙ୍କୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସମସ୍ତେ ମତ ରଖିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଦସ୍ୟମାନଙ୍କ ମଧ୍ୟରେ ବିରେନ ପ୍ରଧାନ, ସଚ୍ଚି ପଣ୍ଡା, ସତ୍ୟ ମେହେର, ଶିବାନନ୍ଦ ମଟାରୀ, ଶୟନ ପଣ୍ଡା, ଟିଙ୍କୁ ନନ୍ଦ, ଅନିରୁଦ୍ଧ ନାୟକ, ପ୍ରଶାନ୍ତ କୁମାର ନାୟକ, ପ୍ରମୋଦ ବେହେରା, ଲତିଫ ଖାନ, ମନୋହର ପ୍ରଧାନ, ସୁରଥ ସାହୁ, ଜିଭି ରାଓ, ସୁବାଷ ପ୍ରଧାନ, ସୁଧୀର ବରିହା, ଜୀବନ ଲାଲ ଚୌଧୁରୀ, ଲାଲା ଦୀପ, ସ୍ୱାଧୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.