centurian jitm

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ମ୍ୟାଚରେ ଡି ଆର କେ କ୍ଲବ ମୟୁରଭଞ୍ଜ ୟୋଲ କ୍ଲବକୁ ୮୧ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଡି ଆର କେ କ୍ଲବ ୨୯. ୪ ଓଭରରେ ସମସ୍ତ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଗଣେଶ୍ୱର ସିଂ ୬୧ ରନ କରିଥିବା ବେଳେ ବିପକ୍ଷ ଦଳର ଶମ୍ଭୁନାଥ ମୁଣ୍ଡା ଓ ସରୋଜ ରୁଗୁ ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ମୟୁରଭଞ୍ଜ ୟୋଲ ୧୭. ୧ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୯ ରନ ସଂଗ୍ରହ କରିପାରିଥିଲେ । ଦଳ ପକ୍ଷରୁ ଦେବାଶିଷ ଜେନା ୧୩ ରନ କରିଥିବା ବେଳେ ବିପକ୍ଷ ଦଳର ସନ୍ଦୀପ ଶିବ ହାଁସଦା ଓ ଜ୍ଞାନଦୀପ ବସା ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଗଣେଶ୍ୱର ସିଂ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ । ପୂର୍ବତନ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ସଞ୍ଜୟ ମାଇତି, ଜିଲ୍ଲା ସ୍ତରୀୟ ଖେଳାଳି ସୁନୀଲ କୁମାର ନାୟକ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ଅମ୍ବିକା ରାଉତ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ବି ସି ଏ କ୍ଲବ ଓ ମୟୁରଭଞ୍ଜ ରେଡ ମଧ୍ୟରେ ଖେଳ ହେବ । ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ୭ଟି କ୍ଲବ ଅଂଶଗ୍ରହଣ କରିଥିବା ବେଳେ ମେ ୧ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.