centurian jitm

କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

nschool

ଢେଙ୍କାନାଳ : ଢେଙ୍କାନାଳରେ ଏନକାଉଣ୍ଟର୍‌ । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁର ଠାରେ ଏନକାଉଣ୍ଟର କରିଛି ପୋଲିସ । ହୁଣ୍ଡର ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ହୁଣ୍ଡକୁ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ଗୁରୁବାର ଭୋର ସମୟରେ କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରା ଏକ ମର୍ଡର ପ୍ଲାନ୍‌ କରୁଥିଲା । ଏତିକି ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ତାଙ୍କ ଉପରକୁ ଗୁକି କରି ଖସି ପଳାଇଯିବାକୁ ଚେଷ୍ଟା କରିଥିଲା । ଠିକ୍ ସେତିକି ବେଳେ ପୋଲିସ କରିଲା ଏନକାଉଣ୍ଟର୍ । ପୋଲିସ ଗୁଳିରେ ଘାଇଲା ହେଲା ହୁଣ୍ଡ । ଏହି ଏନକାଉଣ୍ଟର୍‌ରେ ହୁଣ୍ଡର ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ହୁଣ୍ଡ ନାମରେ ୧୮ଟି ଅପରାଧିକ ମାମଲା ରହିଛି । “କିଙ୍ଗ ଅଫ ଫରେଷ୍ଟ” ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ହେଉଛି ହୁଣ୍ଡ । କାମାକ୍ଷାନଗର କୁଖ୍ୟାତ ଅପରାଧୀ ରାକେଶ ନାଥର ପ୍ରମୁଖ ସହଯୋଗୀ ହୁଣ୍ଡ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.