oom

ମଦନପୁର ଠାରେ ଚାଲିଥିବା ନିଷ୍ଠା ତାଲିମ ଉଦ୍‌ଯାପିତ

jsmm

ମ.ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ମ.ରାମପୁର ଶିକ୍ଷା ଅଧିକାରୀଙ୍କ ତତ୍ତାବଧାନରେ ୧୫/୦୪ ରୁ ଚାଲିଥିବା ନିଷ୍ଠା ତାଲିମ ଆଜି ସୋମବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନ ତାଲିମରେ ଅତିଥି ଭାବେ ବି.ଆର.ସି.ସି. ବସନ୍ତ ଦଣ୍ଡିଆ ଉଦ୍‌ଘାଟନ କରିଥିଲେ ଓ ଆଜି ଉଦ୍ଦ୍‌ଯାପିତ ଦିବସରେ ଅତିରିକ୍ତ ଶିକ୍ଷା ଅଧିକାରୀ ଜୟସେନ ନିଆଲ ଅତିଥିଭାବେ ଯୋଗଦେଇ ଥିବା ବେଳେ ଏଥିରେ ୫୫ ଜଣ ଶିକ୍ଷକ ମାନଙ୍କୁ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଛାତ୍ରଛାତ୍ରୀଙ୍କୁ ସାଧାରଣ ଛାତ୍ରଛାତ୍ରୀ ସହ କେମିତି ଶିକ୍ଷା ଦାନ କରାଯିବ ଏହି ଉପରେ ତାମିଲ ପ୍ରଦାନ କରାଯାଇଥିଲା । ତାଲିମ ଦାତା ଭାବେ ପ୍ରତାପ ଚନ୍ଦ୍ର ନାୟକ, ସୁବୋଧ ଛାତ୍ରିଆ , ରାଧୁ ପାତ୍ର ଓ ହଳଧର ମେହେର ତାଲିମ ପ୍ରଦାନ କରିଥିଲେ । ବି.ଆର.ପି. ସୁଦର୍ଶନ ସାହୁ , ଆଇ.ଇ.ଭି. ଅମର ଦୀପ ପ୍ରମୁଖ ସହାର୍ଯ୍ୟ ଓ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.