centurian jitm

ପରିବେଶ ସଚେତନତା କାର୍ଯ୍ୟକ୍ରମ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଭାପତି ମାନଭଞ୍ଜନ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଏବଂ ପ୍ରକୃତି ବନ୍ଧୁ କେଦାରନାଥ ସାହୁ ଯୋଗଦେଇ ବିଶ୍ୱ ଉତ୍ତାପ ବୃଦ୍ଧି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଅଏବନ ସାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଉତ୍ତର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଆଲୋଚନା ଚକ୍ରରେ ଶିକ୍ଷକ ମହେଶ କୁମାର ଭୋଇ, ପ୍ରଫୁଲ୍ଲ ପଧାନ, ସମିର ସାହା, ଲକ୍ଷ୍ମୀକାନ୍ତ ଭୋଇ, ବିନୋଦ ସାହୁ, କର୍ମଚାରୀ ନାରାୟଣ ହାତୀ, ରମେଶ ବରିହା, ଦୀପ୍ତି ଦୀପ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବଉଳ ଚାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.