centurian jitm

ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଅବସରରେ ରକ୍ତଦାନ ଶିବିର

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଉପନିବନ୍ଧ, ସମବାୟ ସମିତି ସମୁହ, ବଲାଙ୍ଗିର ବିଭାଜନ, ବଲାଙ୍ଗିରଙ୍କ ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଉପନିବନ୍ଧକ ପ୍ରମୋଦ କୁମାର ବରିହା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମାର୍ଗଦର୍ଶନ କରି ମୁଖ୍ୟ ଅତିଥି ଡା. ସାହୁ ସମବାୟର ଜୀବନ ରକ୍ଷାକାରୀ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆସିଥିବା ସମବାୟ ପରିବାରର ସମସ୍ତ ଉତ୍ସାହୀ ସିପାହିଙ୍କୁ ସାଧୁବାଦ ଜଣାଇଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମବାୟ ସମିତିର ସମ୍ପାଦକ, ଡିଇଓ, ସଭାପତି, ପରିଚାଳନା ପରିଷଦର ସଭ୍ୟ, ଜିଲ୍ଲା ସମବାୟ ବ୍ୟାଙ୍କର କର୍ମଚାରୀ ଓ ସମବାୟ ବିଭାଗର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ଉପନିବନ୍ଧକ ଶ୍ରୀ ବରିହା ସ୍ୱୟଂ ରକ୍ତଦାନ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସହକାରୀ ନିବନ୍ଧକ ଗାବ୍ରିଏଲ ସୋରେଙ୍ଗ, ରବିନ୍ଦ୍ର କୁମାର ପଣ୍ଡା ଶିବିର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଭୋଇ, ହୃଷିକେଶ ମିଶ୍ର, ଅନିଲ କୁମାର ପଣ୍ଡା ଓ ଅଂଶୁମାନ ପ୍ରଧାନ ବ୍ୟବସ୍ଥାରେ ସହଯୋଗ କରିଥିଲେ । ଜିଲ୍ଲାର ରେଡକ୍ରସ ତରଫରୁ ଡା. ଅଶୋକ ମିଶ୍ର, ଶେଖ୍‌ ଅସରଫ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନରେ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏ ଅବସରରେ ରକ୍ତଦାନ କରିଥିବା ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଜିଲ୍ଲା ରେଡକ୍ରସ ତରଫରୁ ମୁଖ୍ୟ ଅତିଥିଙ୍କ କରକମଳରେ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉପନିବନ୍ଧକଙ୍କ ତରଫରୁ ସମସ୍ତ ରକ୍ତଦାତା ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଶିବିର ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.