lika

ଗଛକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଛକୁ ପିଟିଲା ଟ୍ରକ୍, ଡ଼୍ରାଇଭର ମୃତ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ବେଳଗାଁ କଲେଜ ସାମ୍ନାରେ ବିଳମ୍ବିତ ରାତିରେ ଆଲୁମିନିୟମ କଣ୍ଟେନର ଟ୍ରକ ସଇଁତଲା ପଟୁ କଳାହାଣ୍ଡି ଦିଗରେ ଯାଉଥିବା ସମୟରେ ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଟ୍ରକ୍ ଡ୍ରାଇଭର ଚାପି ହେଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ ଡ୍ରାଇଭର ଜଣକ ଉତ୍ତର ପ୍ରଦେଶ ଆଜମଗଡର ରାଜାରାମ ଯାଦବ ବୋଲି ଜଣାପଡିଛି । ରାଜାରାମ ଯାଦବ ଆଲୁମିନିୟମ କଣ୍ଟେନର ଟ୍ରକରେ ଝାରସୁଗୁଡ଼ାଠୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହେଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଉଦ୍ଧାର କରିଥିବା ବେଳେ ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ରହିଛି ।

babaa
Leave A Reply

Your email address will not be published.