p purohi

ସୀତାଙ୍କୁ ହରଣ, ଜଟାୟୁ ମରଣ ରାବଣ ଭୂମିକାରେ ଜିବନ୍ତ ଅଭିନୟ କଲେ ଡା. ରୁଦ୍ର ନାରାୟଣ ପଟେଲ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥପଡାରେ ସର୍ବପୁରାତାନ ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ରାମଲୀଳା ନାଟକ ଅୟୋଜିତ ହୋଇଥିବା ବେଳେ ଗତ ୮ ଏପ୍ରିଲ ୧୮ ତାରିଖ ଶୁକ୍ରବାର ଦିନ ସୀତାଙ୍କୁ ହରଣ, ଜଟାୟୁ ମରଣ ଦର୍ଶକକୁ ବେଶ ମନ ଛୁଇଁଥିଲା । ମାୟା ମିରିଗ କୁଟିରରେ ଜଟି ରାବଣ ଭିକ୍ଷା ମାଗିଥିଲେ ତାହା ପୂର୍ବରୁ ଲକ୍ଷ୍ମଣ ତିନି ଗାର କାଟିଥିଲେ, ଆରଣ୍ୟକୁ ଯାଇଥିବା ବେଳେ ଏହି ଅନୁପସ୍ଥିତ ଦେଖି ରାବଣ ସୀତାକୁ ହରଣ କରିଥିଲେ । ସୀତାଙ୍କ ରୋଦନରେ ପକ୍ଷୀ ଜଟାୟୁ ରାବଣରୁ ଉଦ୍ଦାର କରିବା ପାଇଁ ରାବଣ ସହ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଆହତ ହୋଇ ପ୍ରାଣ ଚାଲିଯାଇଥିଲା । ଗୁରୁଶ୍ରୀ ବାଳମୁକୁନ୍ଦ ବେହେରା ବୈସ୍ୟ ସଦାଶିବ ରଚିତ କଣ୍ଠରେ ଗାଇଥିଲେ । ଏହି ଅବସରରେ ଏ ବନଗିରି ଲତା ଗିରି ମୋ କାନ୍ତ ଗଲେ ମୃଗ ମାରି କଣ୍ଟ ଶିଳ୍ପୀ ଶ୍ରୀୟା ପଟେଲ ଗୀତ ଗାଇଥିବା ବେଳେ ନାଟକ ବେଶ୍‌ ଆକର୍ଷିତ ହୋଇଥିଲା । ରାମ ଅଭିନୟରେ ଶୈଳେନ କୁମାର ବାବୁ, ଲକ୍ଷ୍ମଣ ଭୂମିକାରେ ଆନନ୍ଦ ମିଶ୍ର, ସୀତାଙ୍କ ଭୂମିକାରେ ମାନସ ସାହୁ, ରାବଣ ଭୂମିକାରେ ଡା. ରୁଦ୍ରନାରାୟଣ ପଟେଲ, ଜଟାୟୁ ପକ୍ଷୀ ଭୂମିକାରେ ଘନଶ୍ୟାମ ସାହୁ, ମାୟା ମିରିଗ ଭୂମିକାରେ ଅମିତ ବେହେରା, ଜଟି ରାବଣ କୁମୁଦ ରଂଜନ ନାଏକ, ଇନ୍ଦ୍ର ଭୂମିକାରେ ଚିଦାନନ୍ଦ ବେହେରା ଓ ସଂସଦର ବିଭିନ୍ନ କଳାକାର ଅଭିନୟ କରିଥିଲେ । ପୁଷ୍ପବିମାନ ଓ ସାଜ ସଜ୍ୟା ନାଟକକୁ କିଭଳି ଆକର୍ଷିତ ହେବ ନିର୍ଦ୍ଦେଶନା ଦେଇଥିଲେ ରବି ନାରାୟଣ ନାଏକ ।

nrusinghnath
Leave A Reply

Your email address will not be published.