oom

ରାଉଳି ବନ୍ଧ ଗ୍ରାମବାସୀଙ୍କ ବିରୋଧ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପଥର କୁଆଁରୀ ଓ କ୍ରସର କମ୍ପାନୀକୁ ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମବାସୀଙ୍କ ଘୋର ବିରୋଧ କରାଯାଇଛି । ଏନେଇ ଶୁକ୍ରବାର ପଥର କୁଆଁରୀ ଓ କ୍ରସର କମ୍ପାନୀ ନିକଟରେ ଗ୍ରାମର ଶହ ଶହ ମହିଳା ଓ ପୁରୁଷ ପହଞ୍ଚି ହୋ ହାଲ୍ଲା କରିବା ସହ ଘୋର ପ୍ରତିବାଦ କରିଛନ୍ତି । ଖବର ନେବାରେ ଜଣାପଡିଛି ଗୋପାଳପୁର ମୌଜା ସନ୍ତୋଷପୁର ପଞ୍ଚାୟତରେ କ୍ରସର କମ୍ପାନୀ କିଛିଦିନ ତଳେ ଆରମ୍ଭ ହୋଇଛି । ତାରି ଅନତିଦୂରରେ ୟୁଡ଼ିଏସ ପୁର ପଞ୍ଚାୟତରେ ପଥର କୁଆଁରୀ ଲିଜ ନେଇ ପଥର ଫଟା ଯାଉଛି । ଫଳରେ ଉକ୍ତ ରାସ୍ତା ଦେଇଯାଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ରହିଛି । ଅନ୍ୟପଟେ ଉକ୍ତ ସ୍ଥାନରେ ରାଉଳିବନ୍ଧ ଗ୍ରାମବାସୀଙ୍କ ଶସ୍ୟକ୍ଷେତ୍ର ଓ କାଜୁ ତୋଟା ରହିଛି । ଉକ୍ତ ପଥର କୁଆଁରୀ ଓ କ୍ରସର କମ୍ପାନୀ ଦ୍ୱାରା ଯଥେଷ୍ଟ କ୍ଷତି ସହିବାର ସମ୍ଭାବନା ରହିଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଘୋର ପ୍ରତିବାଦ ସ୍ୱର ଉଠାଇଛନ୍ତି । ଡ଼ି ଡ଼ି ବିଲଡର ଉକ୍ତ ଜିଲ୍ଲା ପ୍ରଶାସନଠାରୁ ଆଣିଥିବା ବେଳେ ତାହା ଅନ୍ୟ କମ୍ପାନୀ ଧନଲକ୍ଷ୍ମୀକୁ ଦେଇଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । କିଛି ବର୍ଷ ତଳେ ଉକ୍ତ ସ୍ଥାନରେ ପଥର ବ୍ଲାଷ୍ଟ ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରତିବାଦ ବେଳେ ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଯୁବନେତା ଲିଙ୍ଗରାଜ ମହାପାତ୍ର, ସରପଞ୍ଚ ମମତା ବେହେରା, ଗ୍ରାମ୍ୟ ସଭାପତି ବୁଦ୍ଧିଆ ରେଡି ପ୍ରମୁଖ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

jittmm
Leave A Reply

Your email address will not be published.